ସ୍ପଞ୍ଜ ଆଇରନ କାରଖାନା ମାଲିକ ଧାର୍ଯ୍ୟ ପରିବହନ ଭଡା ଦେଉନଥିବା ଅଭିଯୋଗ।

0

ଆନ୍ଦୋଳନ କରିବେ ମିଳିତ ଟ୍ରକ ଏବଂ ଟିପ୍ପର ସଙ୍ଘ।

ରାଉରକେଲା,(ବସନ୍ତ କୁମାର ଜେନା): ସ୍ପଞ୍ଜ ଆଇରନ ପରିବହନ କରୁଥିବା ଟ୍ରକ ଏବଂ ଟିପ୍ପର ମାଲିକଙ୍କୁ ଧାର୍ଯ୍ୟ ଭଡା ମିଳୁନଥିବାରୁ ଟ୍ରକ ଏବଂ ଟିପ୍ପର ମାଲିକ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଓଡିଶା ସ୍ପଞ୍ଜ ଆଇରନ ମାନୁଫେକଚର ଆସୋସିଏସନ ସହିତ ପ୍ରତି ଟନ ପିଛା ଚୁକ୍ତି ହୋଇଥିବା ଧାର୍ଯ୍ୟ ଭଡା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି। କାରଖାନା ମାଲିକ ମାନଙ୍କ ଏପରି ମନମାନି ବିରୁଦ୍ଧରେ ଏକାଠି ହୋଇଛନ୍ତି ଜିଲ୍ଲାର ସମସ୍ତ ଟ୍ରକ ଏବଂ ଟିପ୍ପର ସଙ୍ଘ। ସୁନ୍ଦରଗଡ଼ , ରାଉରକେଲା , ବଣେଇ , କୋଇଡା ଅଞ୍ଚଳର ୧୪ଟି ମାଲିକ ସଙ୍ଘ ଏକାଠି ହୋଇ ମିଳିତ ଭାବେ କାରଖାନା ମାଲିକ ମାନଙ୍କ ମାନମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ସମସ୍ୟା ର ସମାଧାନ ବାଟ ନବହାରିଲେ ସମସ୍ତ ସଙ୍ଘ ମିଳିତ ଭାବେ ରାଜରାସ୍ତା ଓଲ୍ହାଇବେ ବୋଲି କୁହାଯାଇଛି।

Leave A Reply

Your email address will not be published.