ଜଗତସିଂହପୁର(ସୁମନ୍ତ ଦାସ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର )ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ପୀଠରେ ବିଜେପି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଆଜି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମମତା ମଲ୍ଲିକ ଓ ସମିତି ସଭ୍ୟା ପ୍ରାଥୀନି ତାଙ୍କ ସମର୍ଥକ ମାନଙ୍କ ସହିତ ପଞ୍ଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ. ପରେ ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ପରିସରରେ ପହଂଚିଥିଲେ | ସେଠାରେ ବିଜେପି ର ବରିଷ୍ଠ ନେତା ଇଂ ହରିହର ବେହେରା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା. ବିଜେପି ରାଜ୍ୟ ନଦୀ ସୁରକ୍ଷା ସମିତି ନମାମି ଗଙ୍ଗେ ର ସହ ସଂଯୋଜକ ଭାବେ ଇଂ ହରିହର ବେହେରାଙ୍କୁ କର୍ମକର୍ତ୍ତା ମାନେ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ | ଏଥିରେ ବିଜୟ କୁମାର ବିଶ୍ୱାଳ, ୧ ନମ୍ବର ଜୋନ ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତା ସେନାପତି, ସୁଧୀର ପଣ୍ଡା, ମନୋରଞ୍ଜନ ଦାସ, ୧ ନମ୍ବର ଯ଼ୋନ ବିଜେପି ଜ଼ିଲ୍ଲା ପରିଷଦ ପ୍ରାଥୀନି ଙ୍କ ପ୍ରତିନିଧି ଶଙ୍କର ଚରଣ ରାଉଳ, ଅଶୋକ ବରାଳ, ତୋଫାନ ମଲ୍ଲିକ, ପ୍ରଶାନ୍ତ ପଣ୍ଡା, ସୁନୀଲ ମହାପାତ୍ର, ବିକଳି ବାରିକ, ମାନସୀ ମଲ୍ଲିକ, ହିମାଂଶୁ ଶେଖର ସାହୁ, ବାଦଲ ସାହୁ, ଅନିଲ ମଲ୍ଲିକ, ଅଜୟ ବିଶ୍ୱାଳ, ସଂଗ୍ରାମ ଗୋଛାୟତ, ଫକୀର ସୁତାର, ପ୍ରମୋଦ ମଲ୍ଲିକ, ତୁଷାର ଜେନା, ନିହାର ରଞ୍ଜନ ମହାପାତ୍ର, ସୁରଥ କୁମାର ସାହୁ, ନିରଞ୍ଜନ ବିଶ୍ୱାଳ ଙ୍କ ସମେତ ବିଜେପି କର୍ମ କର୍ତ୍ତା ମାନେ ଉପସ୍ଥିତ ରହିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post