ପଦ୍ମପୁର(ଶାସକପ୍ରଶାସକ)-ନିକଟସ୍ଥ ଦହିତା ସ୍କୁଲ ପଡ଼ିଆ ରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ ତମ ଇଲେଭେନ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ ଦହିଁଗାଁ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ପଦ୍ମପୁର ଦଳ ଖଲିଆପାଲି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ବୁଡେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ରେ ୭୫ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ପଦ୍ମପୁର ୩ ଉଇକେଟ ହରାଇ ୭୬ ରନ କରି ବିଜୟୀ ହୋଇଥିଲେ। ମ୍ୟାଚ ଶେଷରେ ଯୁବ ଆଇନଜୀବି ଶ୍ରୀ ଚିନ୍ମୟ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ରଂଜନ ମେହେର,ସୁରତ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ପଦ୍ମପୁର ଦଳର ଅନିଲଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ତନୁ, ସତ୍ୟ, ସୁଶୀଲ, ମନ,ସୁମନ୍ତ, ଅମ୍ପାୟାରିଂ, ସୋନୁ, ଲବ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ମନଓ ଦୀପକ ଧାରାବିବରଣୀ ପ୍ରଦାନ କରିଥିଲେ। ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ଆଦି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.