ଯୋଗୀମାରି ଠାରେ ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ

0

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଯୋଗୀମାରି ଠାରେ ବନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରାଣୀଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଅଞ୍ଚଳର ପ୍ରାଣୀ ଚିକିତ୍ସା ଅଧିକାରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଓ କନ୍ଧ ପ୍ରଧାନ ଏହି ଚିକିତ୍ସା ଶିବିରରେ ଗ୍ରାମର ବିଭିନ୍ନ ପରିବାର ର ପାଳିତ ୧୦୦ ରୁ ଉର୍ଦ୍ଧ୍ବ ଗାଈ ଗୋରୁ ମାନଙ୍କୁ ଟୀକାକରଣ କରିଥିଲେ। ଏଥି ସହିତ ପ୍ରୋଟିନ ଯୁକ୍ତ ଔଷଧ ଯୋଗାଇ ଦିଆଯାଇଛି।। ଗୃହ ପାଳିତ ପଶୁ ମାନଙ୍କୁ ଟୀକା ପ୍ରଦାନ ଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗରୁ ଗୃହ ପାଳିତ ଗାଈ ଗୋରୁ ରକ୍ଷା ପାଇ ପାରିବେ ସେ ନେଇ ଗ୍ରାମବାସୀ ଙ୍କୁ ସଚେତନତା କରିଥିଲେ। ବନପାଳ ବଂଶୀଧର ବିଷୋୟୀ, ବନରକ୍ଷୀ ସୁଶାନ୍ତ କୁମାର ମିଶ୍ର,ବନ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବନ ବିଭାଗ ପକ୍ଷରୁ ଏଭଳି କାଯ୍ୟକ୍ରମ ଆୟୋଜନ କରାଯାଇଥିବା ରୁ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.