“ପ୍ରଗତି” ମହିଳା ସଙ୍ଗଠନ ଓ ୟୁ-ଟେକ୍ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପଣ୍ଡିତ ନରସିଂହ ଗୌଡଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ପ୍ରଗତି” ମହିଳା ସଙ୍ଗଠନ ଏବଂ ୟୁ-ଟେକ୍ କମ୍ପୁଟର ଶିକ୍ଷା ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନରେ ପରିବେଶ ସଚେତନତା କର୍ମ ଶାଳାରେ ସମ୍ପ୍ରତି ଜିଲ୍ଲା ପ୍ରଶାସନଙ୍କ ଠାରୁ ଜନରାଜ୍ୟ ଦିବସ ଅବସରରେ “ପ୍ରକୃତି ବନ୍ଧୁ” ପ୍ରାପ୍ୟ ସେବାନିବୃତ୍ତ ଶିକ୍ଷକ ପଣ୍ଡିତ ନରସିଂହ ଗୌଡଙ୍କୁ ପୁନଃ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଲାଟିଏ- ଗଛଟିଏ ଏକ ତର୍କ ପ୍ରତିଯୋଗିତା ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିଲା। ପରିବେଶ ସହ କୋଭିଡ୍ ମୁକାବିଲା ଓ ସତର୍କତା ନିମନ୍ତେ ଆମେ ଆମ ସ୍ତରରେ କି କି ପଦକ୍ଷେପ ନେଇପାରିବା ସଭାନେତ୍ରୀ ଡି. ପ୍ରିୟଙ୍କା କହିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଡ.ଭାରତୀ ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା , ସଂଯୋଜକ ଭାବେ ଲୋକନାଥ ମିଶ୍ର , ସମ୍ମାନିତ ଅତିଥି ତ୍ରିପତି ପ୍ରସାଦ ପଣ୍ଡା ଯୋଗଦାନ କରିଥିଲେ। “ପ୍ରଗତି”ର ସମ୍ପାଦିକା ତନୁଜା ଶତପଥି , ଉପ ସଭାନେତ୍ରୀ ମାନସୀ ପଣ୍ଡା , ସଭ୍ୟା ପ୍ରଫୁଲ୍ଲ ବେବର୍ତ୍ତା , ମୋହିନୀ ପ୍ରଧାନ , ସତ୍ୟ କାର୍ଜୀ , ନନ୍ଦିନୀ ଲିମା , ସବିତା ପଣ୍ଡିତ ପ୍ରଭୃତି ସହଯୋଗ କରିଥିବାବେଳେ ବିଚାରକ ଭାବେ ଦେବଦତ୍ତ ବେବର୍ତ୍ତା , ଜଗନ୍ନାଥ ରାଓ ଯୋଗଦେଇଥିଲେ।

Leave A Reply

Your email address will not be published.