“କର୍ଣ୍ଣାଟକର କଲେ , ଓଡିଶା ପ୍ରତି ଏ ଅବିଚାର କାହିଁକି !”

0

ଆବାସ ପ୍ରସଙ୍ଗ : କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପଂଚାୟତିରାଜ ପ୍ରତାପ ଜେନା

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆବାସ ପ୍ଲସ ପୋର୍ଟାଲରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିଜସ୍ୱ ଗ୍ରାମୀଣ ଆବାସ ପୋର୍ଟାଲର ତଥ୍ୟ ସାମିଲ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ତାକୁ କେନ୍ଦ୍ର ପଂଚାୟତି ରାଜ ମନ୍ତ୍ରଣାଳୟ ନଜର ଅନ୍ଦାଜ କରି ଚାଲିଥିବା ବେଳେ କର୍ଣ୍ଣାଟକ ସରକାରଙ୍କ ପ୍ରସ୍ତୁତ ଏମଆଇଏସ ଆବାସ ପ୍ଲସ ସହିତ କେନ୍ଦ୍ର ସରକାର ସଂଯୁକ୍ତ କରିଛନ୍ତି | ଓଡିଶା ସରକାରଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଏପରି ଟାଳଟୁଳ ନୀତି ରାଜ୍ୟର ଅନୁସୂଚିତ ଅଂଚଳରେ ଖାସ କରି କେବିକେ ତଥା ପଶ୍ଚିମାଞ୍ଚଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଆଦିବାସୀ ହିତାଧିକାରୀଙ୍କୁ ଆବାସରୁ ବଂଚିତ କରିବ | କେନ୍ଦ୍ର ସରକାର ତୁରନ୍ତ ଓଡିଶା ପ୍ରତି କରୁଥିବା ଅବିଚାରର ଅନ୍ତ ଘଟାନ୍ତୁ ବୋଲି ରାଜ୍ୟ ପଞ୍ଚାୟତିରାଜ-ପାନୀୟ ଜଳ, ଗୃହନିର୍ମାଣ, ନଗରଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ପତ୍ର ଲେଖି ଦାବି କରିଛନ୍ତି |
ପୂର୍ବରୁ ଭିଡିଓ କନଫରେନସିଂ ମାଧ୍ୟମରେ ସେ କରିଥିବା ଆଲୋଚନା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦୁଇଟି ଚିଠି ଓ ସେ ନିଜେ ଲେଖିଥିବା ଏକ ଚିଠିର ଅବତାରଣା କରି ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂଙ୍କୁ ଆଜି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆବାସ ପ୍ଲସ ପୋର୍ଟାଲରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିଜସ୍ୱ ଗ୍ରାମୀଣ ଆବାସ ପୋର୍ଟାଲର ତଥ୍ୟ ସାମିଲ କରିଛନ୍ତି | ହେଲେ କର୍ଣ୍ଣାଟକ ସରକାରଙ୍କ ପ୍ରସ୍ତୁତ ଏମଆଇଏସ ଆବାସ ପ୍ଲସ ସହିତ ଜାନୁୟାରୀ ୧୩, ୨୦୨୨ରେ ସଂଲଗ୍ନ କରିଛନ୍ତି | ଏହା ଦ୍ୱାରା ଲକ୍ଷ ଲକ୍ଷ ଆଦିବାସୀ ହିତାଧିକାରୀ ଆବାସ ପାଇବାରୁ ବଂଚିତ ହେଉଛନ୍ତି | କେନ୍ଦ୍ର ସରକାରଙ୍କ ଏ ଅବିଚାର ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ହିତାଧିକାରୀମାନେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟର ୬ ଲକ୍ଷ ୬୫ ହଜାର ଗ୍ରାମୀଣ ହାଉସିଂ ପରିବାରର ତଥ୍ୟ ଆବାସ ପୋର୍ଟାଲରେ ସାମିଲ ହୋଇନି ।ତେଣୁ ଏ ଅବିଚାରରେ ଅନ୍ତ ଘଟାଇ ରାଜ୍ୟ ସରକାଜାରଙ୍କ ନିଜସ୍ୱ ଗ୍ରାମୀଣ ପୋର୍ଟାଲରେ ଥିବା ୬.୬୫ ଲକ୍ଷ ଗୃହ ସମ୍ପର୍କିତ ତଥ୍ୟକୁ କେନ୍ଦ୍ର ସରକାରଙ୍କ ଆବାସ ପ୍ଲସ ପୋର୍ଟାଲ ସହ ସଂଲଗ୍ନ କରିବା , ମେ ୨୦୧୯ ଫନି ବାତ୍ୟା ପରେ ପ୍ରତିଶ୍ରୁତି ଦିଆଯାଇଥିବା ୧.୮୪ ଲକ୍ଷ ସ୍ୱତନ୍ତ୍ର ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ଏବଂ ବାଦ ପଡିଥିବା କିଛି ହିତାଧିକାରୀ ପରିବାରର ନାମ ସାମିଲ କରିବା ପାଇଁ ଆଉ କିଛି ସମୟ ପାଇଁ ଆବାସ ପ୍ଲସ ପୋର୍ଟାଲର ଉଇଣ୍ଡୋ ଖୋଲା ରଖିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପତ୍ରରେ ଦାବି କରିଛନ୍ତି |

 

Leave A Reply

Your email address will not be published.