ରାଉରକେଲା,(ବସନ୍ତ କୁମାର ଜେନା): ୧୯ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ବଣାଇଁ ଅନ୍ତର୍ଗତ କେ.ବଲାଙ୍ଗ କ୍ୟାମ୍ପରେ ଆଜି ଶତାଧିକ ଗ୍ରାମୀଣମାନଙ୍କୁ ସୋଲାର ଲାଇଟ ଓ ରେଡ଼ିଓ ବଟଂନ କରାଯାଇଥିଲା । ଏହା ସହ ଗ୍ରାମୀଣମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଚର୍ଚ୍ଚା କରାଯାଇଥିଲା । ଆଜି ଉକ୍ତ କାର୍ଯ୍ୟକ୍ରମରେ ସିଆରପିଏଫ୍ କମାଣ୍ଡେଟଂ ରାଜେଶ କୁମାର, ଡେପୁଟି କମାଣ୍ଡେଟଂ , ସହାୟକ କମାଣ୍ଡେଟଂ ସୁରେଶ କୁମାର ସାହୁ, କମ୍ପାନୀ କମାଣ୍ଡେଟଂ ସନ୍ତୋଷ କୁମାର, ଇନ୍ସପେକ୍ଟର ଦୀପକ କୁମାର, ସବ୍-ଇନ୍ସପେକ୍ଟର ଏସ.କେ.ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମୀଣମାନେ ପାରମ୍ପାରିକ ନୃତ୍ୟଗୀତ ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜେଶ କୁମାର କହିଥିଲେ ଯେ, ଏହିପରି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣମାନଙ୍କୁ ସଚେତନ କରିବା, ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଅବଗତ କରାଇବା, ପୋଲିସ ଓ ଗ୍ରାମୀଣମାନଙ୍କ ମଧ୍ୟରେ ସୁସଂପର୍କ ରଖିବା, ଗ୍ରାମୀଣମାନଙ୍କ ବିଭିନ୍ନ ସମସ୍ୟାକୁ ବୁଝି ସରକାରଙ୍କ ପାଖରେ ପହଚାଂଇବା, ବିଶେଷ କରି କେ.ବଲାଙ୍ଗ ଅଚଂଳରେ ଗ୍ରାମୀଣମାନଙ୍କ ପିଇବା ପାଣି, ରାସ୍ତାଘାଟ ମରାମତି, ବିଜୁଳି ବ୍ୟବସ୍ଥାକୁ ସୁଦୃଢ଼ କରିବା, ଗ୍ରାମୀଣମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଇତ୍ୟାଦି ସମସ୍ୟା ରହିଛି । ଆଜି ସିଆରପିଏଫ କ୍ୟାମ୍ପରେ ୨୫୦ ରୁ ଉର୍ଦ୍ଧ୍ୱ ଗ୍ରାମୀଣମାନଙ୍କୁ ସାମଗ୍ରୀ ବଟଂନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.