ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବ୍ଲକ କଂଗ୍ରେସର କର୍ମୀ ବୈଠକ ।

0

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟିର ଏକ ବୈଠକ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ସୁକାନ୍ତ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଉପୁଳେଇ ଠାକୁରାଣୀଙ୍କ ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ ର ସାଧାରଣ ସମ୍ପାଦକ ବିଶ୍ବଭୂଷଣ ଦାସ, ପ୍ରଦେଶ କଂଗ୍ରେସ କିଷାନ ସେଲର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପଞ୍ଚାୟତ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ଦଳ ସମର୍ଥୀତ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ କିପରି ଭୋଟ ପାଇ ନିର୍ବାଚିତ ହୋଇ ପାରିବେ ସେ ବିଷୟରେ ଉପସ୍ଥିତ ଥିବା କର୍ମୀ ମାନଙ୍କ ସହ ଆଲୋଚନା କରିବା ସହଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ର କଳୁଷିତ ଶାସନ , ନାରୀ ନିର୍ଯ୍ୟାତନା, ଦର ଦାମ ବୃଦ୍ଧି,ସହ ଖାଦ୍ୟସମଗ୍ରୀ ର ବାଟମାରଣା ଆଦି ଉପରେ ଆଲୋଚନାକରିଥିଲେ | କଂଗ୍ରେସ ଦଳ ପଂଚାୟତ ନିର୍ବାଚନରେ କ୍ଷମତା କୁ ଆସିଲେ ଏସବୁଉପରେ ତର୍ଜମା କରାଯାଇ ଯଦି ଦୁର୍ନୀତି ହୋଇଥାଏ ତାହାଲେ ଦୋଷୀଙ୍କ ବିରୁଧ୍ୟରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହି କର୍ମୀ ସମ୍ମିଳନୀରେ ପୁରୀ ଜିଲ୍ଲା ଜୋନ ନମ୍ବର ୧ ର ପ୍ରାର୍ଥୀ ଶୁଭସ୍ମିତା ସାହୁ, ଜୋନ ନମ୍ବର ୨ ର ପ୍ରାର୍ଥୀ କାମିନୀ ବେହେରା, କଂଗ୍ରେସ ନେତା ବିକାଶ ଵାରିକ,ଜିତେନ୍ଦ୍ର ନାୟକ ,ପ୍ରଶାନ୍ତ ନାୟକ ,ସୁବାସ ବିଶ୍ୱାଳ,ପ୍ରଫୁଲ୍ଲ ମୁରୁଣୀ,ଦୀନବନ୍ଧୁ ବେହେରା,ପ୍ରଶାନ୍ତ ଭୋଳ, ଶିଖର ଵାରିକ, ସନ୍ତୋଷ ଦାସ ,ଲିଟୁ ବିଶ୍ୱାଳ,ଓ ପୁରୀ ଜିଲା କଂଗ୍ରେସର ସମ୍ପାଦକ ପ୍ରତାପ ବିଶ୍ୱାଳ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତି ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ |

Leave A Reply

Your email address will not be published.