ପଦ୍ମପୁର ଓକିଲ ସଂଘ ର ତାଲାବନ୍ଦ ଆନ୍ଦୋଳନ, ଦ୍ଵିତୀୟ ଦିନରେ ମଧ୍ୟ ଅଚଳାବସ୍ଥା ଜାରି

0

ପଦ୍ମପୁର(ଶାସକପ୍ରଶାସକ)-ଗୁରୁବାର ଦିନରୁ ପଦ୍ମପୁର ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି, ଉପଜିଲ୍ଲାପାଳ କୋର୍ଟ କାର୍ଯ୍ୟକ୍ଷମ ନହେବା, ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ବବ୍ୟବହାର ଏବଂ ସବ୍ ରେଜିଷ୍ଟ୍ରାର ଅଫିସରେ ବ୍ୟାପକ ମାତ୍ରାରେ ଲାଞ୍ଚ କାରବାର ନେଇ ଗତକାଲି ପଦ୍ମପୁର ଓକିଲ ସଂଘ ଏ ସମସ୍ତ ଅଫିସରେ ତାଲା ପକାଇ ଦେଇଥିଲେ, ଆଜି ପୁର୍ବାହ୍ନରେ ପଦ୍ମପୁର ତହସିଲଦାର ସଞ୍ଜନ କୁମାର ସେଠ୍, ସହକାରୀ ଜିଲ୍ଲାପାଳ ତଥା ସବ୍ ରେଜିଷ୍ଟ୍ରାର ଦିପ୍ତିମୟୀ ଭୋଏ,SDPO ବିଭୁତି ଭୁଷଣ ଭୋଇ, IIC ରାଜେନ୍ଦ୍ର ସିଆଲ୍ ଆସି ଓକିଲ ସଂଘର ସଦସ୍ୟ ମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଓକିଲ ସଂଘର ସଦସ୍ୟ ମାନେ ଜିଲ୍ଲାପାଳ ନିଜେ ଆସି ଆଲୋଚନା ନ କରିବା ଯାଏ କୌଣସି ଆଲୋଚନା ବା ସମାଧାନ ହେଇପାରିବ ନାହିଁ ବୋଲି ରୋକ ଠୋକ ଜଣାଇ ଦେଇଥିଲେ, ଅପରାହ୍ନରେ ମଧ୍ୟ ତହସିଲଦାର,SDPO ଏବଂ IIC ଆସି ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଆସି ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଓକିଲ ସଂଘ ସଭାପତି ଜିଲ୍ଲାପାଳ ନିଜେ ଆସି ଆଲୋଚନା କରନ୍ତୁ ବୋଲି କହିଥିଲେ, ପରେ ଅଧିକାରୀ ମାନେ ପୁଣି ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇ ଦେବୁ ବୋଲି କହିଥିଲେ,ଆଜିର ଆଲୋଚନାରେ ମଧ୍ୟ ଓକିଲ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.