ବାଲେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ରେମୁଣା ବ୍ଲକର ପ୍ରାୟ 32 ଟି ପଂଚାୟତରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଛି I ଏବେ ବିଭିନ୍ନ ପ୍ରାର୍ଥୀ ଏବଂ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଗଲାଣି I ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକ ମାନଙ୍କ ସହ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କଲେଣି I ତେବେ ଏହାରି ଭିତରେ ଉଚ୍ଚଶିକ୍ଷିତ ପ୍ରାର୍ଥୀମାନେ ଭୋଟରଙ୍କ ଅଧିକ ନିକଟତର ହେଉଥିବା ପରିଲକ୍ଷିତ ହେଉଛି I
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ପଂଚାୟତଭାବେ ବରୁଣସିଂ ପଂଚାୟତ ବେଶ ଜଣାଶୁଣା I ଏହି ପଂଚାୟତର 18ଟି ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡର ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବାକି 16 ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତହେବ I ସେହିପରି ସମିତି ସଭ୍ୟ ଏବଂ ସରପଞ୍ଚ ପାଇଁ ମଧ୍ୟ ଏହି ପଂଚାୟତର 3ରୁ 5ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି I ତେବେ ଚଳିତ ଥର ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟର ମାନେ ଅଧିକ ମାତ୍ରାରେ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଉଛି I ଶିକ୍ଷିତ ପ୍ରାର୍ଥୀମାନେ ଲୋକଙ୍କ ସମସ୍ୟାକୁ ଭଲ ଭାବେ ବୁଝିବା ସହ ସରକାରୀ ସ୍ତରରେ ଏହାର ସମାଧାନ ଦିଗରେ ଅଧିକ ସକ୍ଷମ ହେବେ ବୋଲି ଲୋକମାନଙ୍କ ଭିତରେ ଗୋଟେ ବାର୍ତ୍ତା ସୃଷ୍ଟି ହେବାରେ ଲାଗିଛି I ଏହି ସବୁ ପ୍ରାର୍ଥୀଙ୍କ ବ୍ୟବହାର ଏବଂ ଅଞ୍ଚଳର ଥିବା ସମସ୍ୟାକୁ ସମାଧାନ ଦିଗରେ ଦକ୍ଷତା ସାଧାରଣ ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି I
ଏହି ପରିପ୍ରେକ୍ଷୀରେ ରେମୁଣା ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ୍ତ ତଥା ସମାଜସେବୀ ଶାନ୍ତା ଦାସଙ୍କ ଲାଗି ବରୁଣସିଂ ଅଞ୍ଚଳର ଅନେକ ଯୁବକ ଯୁବତୀ ତଥା ମହିଳା ମାନେ ସ୍ୱତଃ ପ୍ରଚାର ଆରମ୍ଭ କରିଥିବା ଦୃଷ୍ଟିଗୋଚର ହେଉଛି I ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ସହ ଏମଫିଲ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରୁ ଏମଏଡ ଶିକ୍ଷା ସମାପ୍ତ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସହ ତିନି ତିନୋଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଥିବା ଏପରିକି ନିକଟରେ ମୋ ସ୍କୁଲ ଅଭିଯାନରେ ଏକ ପ୍ରତିଷ୍ଠିତ ପଦବୀକୁ ଶ୍ରୀମତୀ ଦାସ କେବଳ ସମାଜ ସେବା ଉଦେଶ୍ୟ ଛାଡିବା ଲୋକଙ୍କ ହୃଦୟକୁ ବେଶ ପ୍ରଵାବିତ କରିଛି I ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ସହ ମିଶନ ଶକ୍ତି ମହିଳାମାନଙ୍କ ସହିତ ସେ ଆଲୋଚନା ଜାରି ରଖିଛନ୍ତି I ତାଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ସ୍ଥାନୀୟ ଅଞ୍ଚଳରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ପାରିଛି I ନିକଟରେ ଏହି ପଞ୍ଚାୟତ ଅନ୍ତର୍ଗତ ଦୁଇଟି ଖେଳ ପଡିଆର ଉନ୍ନତି କରଣ ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ 40ଲକ୍ଷ୍ ଲେଖାଏଁ ଅନୁଦାନ ମିଳିଛି I ଏଥି ସହିତ ନୀଳଗିରି ରୋଡ ବରୁଣସିଂ ହାଇସ୍କୁଲର 5ଟି ରୂପାନ୍ତରଣ ସମ୍ଭବ ହୋଇପାରିଛି I ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ବେଶ ପ୍ରତିଷ୍ଠିତ ଶ୍ରୀମତୀ ଦାସ ତୃଣମୂଳ ସ୍ତରର ଉନ୍ନତି ପାଇଁ ସମିତି ସଭ୍ୟ ପ୍ରାର୍ଥୀନି ଭାବେ ପଞ୍ଚାୟତ ନିର୍ବାଚନର ଅଂଶଗ୍ରହଣ କରିଥିବାରୁ ସ୍ଥାନୀୟ ଲୋକେ ଏହାକୁ ଖୁବ ସ୍ୱାଗତ କରୁଛନ୍ତି I ଆଜି ଶିକ୍ଷିତ ଓ ଉଦାର ଚିନ୍ତାଧାରାର ମହିଳା ମାନେ ନିଜ ନିଜ ଅଞ୍ଚଳର ସେବା ପାଇଁ ଯେଉଁ ଭଳି ଭାବେ ଆଗଭର ହୋଇ ଆଗେଇ ଆସିଛନ୍ତି ତାହା ଆଗାମୀ ଦିନରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଛି I
ଏଠାକାର କିଛି ଭୋଟରଙ୍କ ମତରେ ସରକାର ଏବେ ମହିଳା ସଶକ୍ତିକରଣ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଶ୍ରୀମତି ଦାସଙ୍କର ଦୁଇ ମାସର ଛୋଟ ପିଲାଟି ଥାଇ ମଧ୍ୟ ସେ ଆମ ଅଞ୍ଚଳର ସୁଖ ଦୁଃଖ କଥା ବୁଝିବା ପାଇଁ ଆଗେଇ ଆସିଛନ୍ତି I ଏହା ଠାରୁ ବଳି ବଡ କଥା ଆଉ କ’ଣ ହୋଇପରେ I ଏହି ସେବା ମନବୃତ୍ତି ତାଙ୍କୁ ମହିଳାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗଙ୍କ ନିକଟରେ ଲୋକପ୍ରିୟ କରାଇ ପାରିଛି I କେବଳ ବରୁଣସିଂ ଅଞ୍ଚଳ ନୁହେଁ ସମଗ୍ର ବାଲେଶ୍ୱର ଅଞ୍ଚଳରେ ଶ୍ରୀମତୀ ଦାସଙ୍କ ପରି ଶିକ୍ଷିତ ଓ ସେବା ମନୋଭାବ ନେଇ ରାଜନୀତିକୁ ଆସିଥିବା ପ୍ରାର୍ଥୀ ଭୋଟରଙ୍କ ପାଖରେ ବେଶ ଲୋକପ୍ରିୟ ହେଉଥିବା ପରି ଲକ୍ଷିତ ହେଉଛି I
Sign in
Sign in
Recover your password.
A password will be e-mailed to you.