୭୩ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

0 2

ସମାରୋହରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛିା କୋଭିଡ୍ ମାର୍ଗଦର୍ଶିକାର ସମୁଚିତ ଅନୁପାଳନ ଅନୁଯାୟୀ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲୋ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲୋ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲୋ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୮.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲୋ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଏସ୍.ଏସ୍. ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ଏବଂ ପୋଲିସ୍ ବ୍ୟାଣ୍ଡଙ୍କଠାରୁ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଥିଲୋ ଏହି ସଂକ୍ଷିପ୍ତ ଉତ୍ସବରେ ସମୁଦାୟ ୧୦ଟି ଦଳ ପ୍ୟାରେଡରେ ଭାଗ ନେଇଥିଲୋ ଶ୍ରୀ ରୋହିତ ବର୍ମା, ଏ.ଏସ୍.ପି. (ୟୁ.ଟି), ଅନୁଗୋଳ ପ୍ୟାରେଡ୍ ପରିଚାଳନା କରିଥିଲୋ
୫୦ ଜଣ କୋଭିଡ୍ ଯୋଦ୍ଧା, କ୍ୟାପିଟାଲ୍ ହସ୍ପିଟାଲର ୨୫ ଜଣ ସ୍ୱାସ୍ଥ୍ୟକର୍ମୀ, ଭୁବନେଶ୍ୱର ମହାନଗର ନିଗମର ୨୫ ଜଣ ସଫେଇ କର୍ମଚାରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫”ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲୋ ଆଜିର କାର୍ଯ୍ୟକ୍ରମକୁ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହନିର୍ଦ୍ଦେଶକ (କ୍ଷେତ୍ର) ଏବଂ ଡ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲୋ

Leave A Reply

Your email address will not be published.