ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କର ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୧୨ତମ ଜାତୀୟ ମତଦାତା ଦିବସ-୨୦୨୨ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ସମେତ ନୂତନ ଭୋଟର ମାନେ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ।
ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ହେବାପରେ ସଭା କାର୍ଯ୍ୟକ୍ରମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟତଃ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂତନ ଓ ଯୁବ ଭୋଟର ମାନଙ୍କ ବଡ ଭୂମିକା ରହିବ । ତେଣୁ ସେମାନେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏବଂ ନିଜ ଅଞ୍ଚଳର ମଙ୍ଗଳ ପାଇଁ , ନିର୍ଭୀକ ଭାବେ କୌଣସି ଅର୍ଥର ପ୍ରଲୋଭନରେ ନ ପଡି ନିଜ ଅଞ୍ଚଳର ବିକାଶ କରିବା ଦିଗରେ ଯିଏ ସହାୟକ ହୋଇ ପାରିବ ସେମିତି ପ୍ରାର୍ଥୀକୁ ଭୋଟ ଦିଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଏବଂ ନିର୍ବାଚନ ଅଧିକାରୀ ଶ୍ରୀ ଅଚ୍ୟୁତା ନନ୍ଦ ଜାନୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରକୁ ସୁଦୃଢ଼ ରଖିବା ପାଇଁ ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସେମାନଙ୍କ ମୂଲ୍ୟବାନ ଭୋଟ ଦେଇ ଆଗାମୀ ଭବିଷ୍ୟତ ଗଢିବାରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।
ଏହି ଅବସରରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମର୍ଯ୍ୟଦା ବଜାୟ ରଖି ମୁକ୍ତ , ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭୀକ ଭାବେ ମତଦାନ ସାବ୍ୟସ୍ତ କରିବା ପାଇଁ ଉପସ୍ଥିତ ନୂତନ ଓ ଅନ୍ୟାନ୍ୟ ଭୋଟର ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ଶପଥ-ପାଠ କରାଇଥିଲେ।
ସେହିଭଳି କାର୍ଯ୍ୟକ୍ରମରେ ନୂତନ ପଞ୍ଜିକୃତ ଭୋଟର ମାନଙ୍କୁ ପରିଚୟ କାର୍ଡ , ଚଳିତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ପଞ୍ଜିକରଣ ଅଧିକାରୀ ଓ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଏବଂ ନିର୍ବାଚନ ସଂକ୍ରାନ୍ତୀୟ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା
ବଣ୍ଟନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post