ୱାଇଲ୍ଡ ଲାଇଫ ସଂଗଠନ ପକ୍ଷରୁ ସର୍ପ ସୁରକ୍ଷା ସଚ଼େତନତା କର୍ମଶାଳା 

0

03-08-18-snake.jpg - 69.79 kB

ବରଗଡ଼ (ଗୌରାଙ୍ଗ ଦାସ)– ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ୱାଇଳ୍ଡ ହାର୍ଟ ପକ୍ଷରୁ ରାଜ୍ୟ ସ୍ତରୀୟ ସର୍ପ ଉଦ୍ଧାର ଏବଂ ସୁରକ୍ଷା କାର୍ୟ କୁଶଳତା କୁ ନେଇ କାର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ୟକ୍ରମ ସଂଗଠନ ଅଧ୍ୟକ୍ଷ ଅଶୁତୋଷ ରଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଳ୍ଲାପାଳ ତପିରାମ ମାଝୀ, ମୁଖ୍ୟବକ୍ତା ଭାବରେ ଖୋର୍ଦ୍ଧା ଜିଲ୍ଲା ବନ୍ୟପ୍ରାଣୀ ସଂରକ୍ଷକ ସଂଗଠନ ସାଧାରଣ ସଂପାଦକ ଏବଂ ସ୍ନେକ ହେଲ୍ପଲାଇନର ଶୁଭେନ୍ଦୁ ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ଡ଼ା. ପ୍ରବୀଣ ଅଗ୍ରୱାଲ,  ଡ଼ା. ସୌଭାଗ୍ୟ ପ୍ରଧାନ, ଡ଼ା. ଅଜିତ ନାଥ, ଆଇନଜୀବୀ ଚ଼ିତ୍ତରଂଜନ ପଣ୍ଡା ଏବଂ ଲଳିତମୋହନ ପଣ୍ଡା ଯୋଗଦାନ କରି  ସର୍ପରୁ ସୁରକ୍ଷା ଓ ସର୍ପ ସଂରକ୍ଷଣ ବିଷୟରେ ଆଲୋକପାତ କରିବା ସହ ଉକ୍ତ ସମ୍ବଦ୍ଧରେ ଆଇନଗତ ଦିଗ, ସାପ ଧରିବା ସମୟ ରେ ସତର୍କତା ସୁଯୋଗ ଏବଂ ସାପ କାମୁଡ଼ା ବେଳେ ପ୍ରାଥମିକ ଉପଚ଼ାର ଉପରେ ଦିଗଦର୍ଶନ ପ୍ରଦାନ କରି ଥିଲେ।  ସହସଂପାଦକ ହିମାଂଶୁ ଶେଖର ନନ୍ଦ ଅତିଥି ପରିଚ଼ୟ ପ୍ରଦାନ କରି ଥିଲେ ଏବଂ ଉପାଧ୍ୟକ୍ଷ ସୁଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.