ଚାଷୀ ସଚେତନତା ରଥର ଶୁଭାରମ୍ଭ କଲେ ଜିଲାପାଳ

0

03-08-18-bargada.jpg - 57.30 kB

ବରଗଡ଼(ଗୌରାଙ୍ଗ ଦାସ)-ଆସନ୍ତା ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ବରଗଡ଼ ଜିଲାପାଳଙ୍କ କାର୍ୟ୍ୟାଳୟରୁ ୨ଟି ଚାଷୀ ସଚେତନତା ରଥ ବାହାରିଛି । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଉକ୍ତ ସଚେତନତା ରଥ ଅତାବିରା ଏବଂ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି(ଆରଏମସି) ଅଧିନ ବିଭିନ୍ନ ଗ୍ରାମ ପରିକ୍ରମା କରିବ। ଗାଁ ଗୁଡ଼ିକୁ ପହଞ୍ଚି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜିକରଣ, ସରକାରୀ ସହାୟକ ମୂଲ୍ୟରେ ଧାନ ବିକ୍ରି ଆଦି ପାଇଁ ଏହି ରଥ ସଚେତନତା ସୃଷ୍ଟି କରିବାର କାର୍ୟ୍ୟକ୍ରମ ରହିଛି। ସଚେତନତା ରଥର ଶୁଭାରମ୍ଭ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପିରାମ ମାଝି, ଅତାବିରା ଆରଏମସି ସମ୍ପାଦକ ବିଶ୍ୱଜିତ ବାରିକ, ବରଗଡ଼ ଆରଏମସି ସମ୍ପାଦକ ଦୁର୍ଗାପ୍ରସାଦ ଛୁରିଆ, ଜିଲା ଆପାଦ ଓ ପ୍ରଶମନ କାର୍ୟ୍ୟାଳୟ ପ୍ରକଳ୍ପ ଅଧିକାରୀ ରାକେଶ କୁମାର ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।

 

 

 

 

 

 

 

 

 

Leave A Reply

Your email address will not be published.