ସଜନା ଗଛରେ ଖୁଲୁଛି ମୃତ୍ୟୁର ସାମାନ : ଟାଟା ପାୱାର ପାଇଁ କଣ ମୂଲ୍ୟ ହୀନ ଲୋକଙ୍କ ଜୀବନ !

0
  • ସଜନା ଗଛରେ ଓହଳିଛି ୧୧କେଭି ବିଦ୍ୟୁତ ତାର

  • କିଛି ଅଘଟଣ ଘଟିଲେ ଯାଇ ପାରେ ଜୀବନ।

  • ବେଳହୁଁ ସତର୍କ ହୁଅନ୍ତୁ କଂପାନୀ ଓ ସ୍ଥାନୀୟ ପ୍ରଶାସନ

କଲ୍ୟାଣସିଂ ହପୁର-ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର କଲୋନୀ ସାହିର ସଜନାଗଛରେ ବିଦ୍ୟୁତ ତାର ଗୁଡ଼ା ଯାଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥପୁର କଲୋନୀ ସାହିରେ ବହୁଦିନ ଧରି ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯାଇଥିଲା ତାହା ବର୍ଷା ପବନ ହେବା ଯୋଗୁଁ ଅଚାନକ ଖୁଣ୍ଟଟି ଉପୁଡ଼ି ପଡିଯାଇଥିଲା । ଏହାକୁ ବିଦ୍ୟୁତ ବିଭାଗ ଜାଣି ୧୧କେଭି ବିଦ୍ୟୁତ ତାର ଉକ୍ତ ଖୁଣ୍ଟରୁ ବାହାର କରି ନିକଟରେ ଥିବା ସଜନା ଗଛରେ ଗୁଡାଇ ଦେଇ ଛାଡି ଦେଇଛନ୍ତି ।ଏହାକୁ ନେଇ ଗ୍ରାମବାସୀ ମାନେ ଭୟ ଭିତରେ ଥିବା ରାମ ହରି ମାରାଣ୍ଡି, ନରସିଂହ ରଥନାଲୁ,ସଞ୍ଜୟ କୁମାର ସାମଲ,ଅଜୟ ଝାଲିୟା, ବିଦ୍ୟୁତ ବିଭାଗ କୁ ବାରମ୍ବାର ଜଣାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ଆଣି ପକାଇ ଦେଇଛନ୍ତି ।କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ବିଦ୍ୟୁତ ଖୁଣ୍ଟ ନପୋତି ଛାଡି ଦେଇ ଥିବା ଦେଖିବାକୁ ମିଳିଛି ।  ଯଦି ବିଦ୍ୟୁତ ତାର ଛିଣ୍ଡି ମୁନିଗା ଗଛରେ ଲାଗି ଯାଏ। ଆଉ କୌଣସି ବାଟୋଇ ଉକ୍ତ ଗଛ ସଂସ୍ବର୍ଷ ରେ ଆସିଲେ ଯେଉଁ ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଟାଟା ପାୱାର ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଦିଗରେଦୃଷ୍ଟି ଦେଇ ନୂତନ ବିଦ୍ୟୁତ ଖୁଣ୍ଟ ପୋତି ମୁନିଗା ଗଛରୁ ବିଦ୍ୟୁତ ତାର ବାହାର କରି ସଂଯୋଗ କରିବାକୁ ସାଧାରଣରେ ଦାବି ରହିଛି।

Leave A Reply

Your email address will not be published.