ଖୋର୍ଦ୍ଧାରେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ।

0

ଖୋର୍ଦ୍ଧା/ରବି ନାରାୟଣ ସାହୁ—ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ବିଜେବି ହାଇସ୍କୁଲ ପରିସରରେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦେଇ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ,ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେକ ଓଗାହର ଅଲ୍ଲି, ଅଧ୍ୟାପକ ଗୋପାଳ କୃଷ୍ଣ ଦାସ,ଦେବ ପ୍ରସାଦ ମଜୁମଦାର ଓ ବିପିନ କୁମାର ଷଡ଼ଙ୍ଗୀଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ଅତୀତରେ ଗୌରବମୟ ପାଇକ ବିଦ୍ରୋହରେ ବକ୍ସିଙ୍କ ଭୂମିକାଙ୍କୁ ରୋମନ୍ଥନ କରି ଭକ୍ତିପୂତ ଭାବରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.