ଜିଗ୍ନିପୁର ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଲୋକପ୍ରିୟ ବିଜେଡି ଯୁବନେତା ଅଶୋକ ଓଝା ।

0

ନିଶ୍ଚିନ୍ତ କୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶକ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତର ସମିତିସଭ୍ୟ ଭାବେ ବିଜୁ ଜନତା ଦଳର ମଙ୍ଗ ଧରିଲେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀଙ୍କ ସୁଖ ଦୁଃଖର ସାଥି ଭାବେ ପରିଚିତ ଯୁବନେତା ଅଶୋକ କୁମାର ଓଝା । ଶ୍ରୀ ଓଝା ପ୍ରଥମେ ଜିଗ୍ନିପୁର ଗ୍ରାମ ପଞ୍ଚାୟତ ର ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ କୃପା ଭିକ୍ଷା ଗ୍ରହଣ କରିବା ପାଇଁ ପୂଜାର୍ଚ୍ଚନା କରିବା ପରେ ସମସ୍ତ ଗୁରୁଜନ ,ମହିଳା, ମୂରବୀ ମାନଙ୍କ ଆଶୀର୍ବାଦ କାମନା କରି ଜିଗ୍ନିପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ କି ଶ୍ରୀ ଓଝା ଏକାଧାରରେ ଜଣେ ସୁସଂଗଠକ,ସମାଜସେବୀ, ପରୋପକାରୀ,ମେଳାପୀ, ଯୁବନେତା ଭାବେ ପରିଚିତ । ଶ୍ରୀ ଓଝା ସବୁ ସମୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀ ଙ୍କ କଥା ବୁଝିବା ପାଇଁ ନିଜର ଯେତେ କାମ ରହିଥିଲେ ମଧ୍ୟ ସବୁ କାର୍ଯ୍ୟକୁ ବନ୍ଦ କରି ଏକ ବିରାଟ ହୃଦୟ ନେଇ ସୁଖ ଦୁଃଖର ସାଥି ପାଲଟିଯାଆନ୍ତି । ତେବେ ଶ୍ରୀ ଓଝା ଆଗାମୀ ଦିନରେ ଜିଗ୍ନିପୁର ଗ୍ରାମ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ହେବା କଥା ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳ ବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ତେବେ ଶ୍ରୀ ଓଝାଙ୍କ ପ୍ରତି ସମସ୍ତଙ୍କ ଦୃଢ ସମର୍ଥନ ରହିଥିବାରୁ ଆଗାମୀ ନିର୍ବାଚନ ରେ ବହୁ ସଂଖ୍ୟାରେ ଶ୍ରୀ ଓଝା ବିଜୟ ଲାଭ କରିବେ ବୋଲି ସମଗ୍ର ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.