ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦ୍ଵିତୀୟ ସପ୍ତାହ ସଫେଇ ଅଭିଯାନ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ବିଜେପି ଦେବଗଡ ଯୁବମୋର୍ଚ୍ଚା ର ପୁଷ୍କରିଣୀ ସଫେଇ ଅଭିଯାନ ରେ ଆଜି ପୁରୁଣାଗଡ ର ବଡବନ୍ଧ ସଫେଇ କରାଗଲା। ଏହି ସଫେଇ କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ମାନଙ୍କ ସହ ପୁରୁଣାଗଡ ମହିଳା ସଂଗଠନ ମିଶି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସଫେଇ କାର୍ଯ୍ୟକ୍ରମରେ କୋଭିଡ ଗାଇଡ ଲାଇନ ଅନୁସାରେ କରାଯାଇଥିଲା। ବିଜେପି ରାଜ୍ୟ ଯୁବମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସୁଧୀର କୁମାର ବ୍ରହ୍ମା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପୂର୍ବତନ କଲେଜ ସଭାପତି ବିଜୟ କୁମାର ଦେହୁରୀ, ତ୍ରିନାଥ ଭାରତୀ ଦାସ, ରାକେଶ ମଲ୍ଲିକ, ବିଶ୍ୱଜିତ୍ ନାୟକ, ପପୁନ ନାୟକ, ବାବଲୁ ନାୟକ, ବରୁଣ ଫତକାର, ରିଙ୍କୁ ନାୟକ, କ୍ରୀଷ୍ଣା ନାୟକ, ଲିବୁନ୍ ନାୟକ, ରୁବୁନ ପ୍ରଧାନ ଙ୍କ ସହିତ ପୁରୁଣାଗଡ ମହିଳା ସଂଗଠନ ତରଫରୁ ପୁଷ୍ପାଞ୍ଜଳି ଦେହୁରୀ, ତପସ୍ଵିନୀ ସାହୁ, ବବିତା ଦେହୁରୀ, ଶାନ୍ତିଲତା ପ୍ରଧାନ, ଲିପିକା ଦେହୁରୀ, ମିନି ସାହୁ, ନଳିନୀ ପ୍ରଧାନ, ମମତା ପ୍ରଧାନ, ଲବଙ୍ଗ ଭୋଇ, ରଶ୍ମିତା ପ୍ରଧାନ, ମାମି ଦେହୁରୀ, ରନୁ ଦେହୁରୀ, ରେବତୀ ସାମଲ,ସୁଲଚନା ଦେହୁରୀ ଙ୍କ ସମେତ ବହୁ ମହିଳା ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଜନ ସାଧାରଣ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଦୀର୍ଘ ଦିନ ହେବ ଦେବଗଡ଼ ଜିଲ୍ଲାର ସମସ୍ତ ପୁଷ୍କରିଣୀ ଅଭହେଳିତ ହୋଇ ସମ୍ପୂର୍ଣ ମିଶି ଯିବାକୁ ବସିଥିବା ବେଳେ ବିଜେପି ଯୁବମୋର୍ଚ୍ଚା ର ଏ ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.