ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଗରିକ ମାନଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର ଏବଂ ସେମାନଙ୍କର ମୌଳିକ କର୍ତ୍ତବ୍ୟ ଉପରେ ଏକ ଅନଲାଇନ ସ୍ତରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀ ମାନସ କୁମାର ପଣ୍ଡା ଯୋଗ ଦେଇ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସାମ୍ବିଧାନିକ ଅଧିକାର ଏବଂ ସେମାଙ୍କର ମୌଳିକ କର୍ତ୍ତବ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ।
ଏହାସହିତ ପ୍ରାଧିକରଣର ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ମଧ୍ୟ ନାଗରିକ ମାନେ କିପରି ଧର୍ମ , ବର୍ଣ୍ଣ ନିର୍ବି ଶେଷରେ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ନୋ ହେବେ ଏବଂ ନିଜର ମୌଳିକ କର୍ତ୍ତବ୍ୟ କରିବେ ତାହାରି ଉପରେ ସଚେତନ କରିଥିଲେ।
ଏହା ସହିତ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ , ଗଜପତି ଶ୍ରୀ ହେମେନ୍ତ କୁମାର ସେଠୀ , ବରିଷ୍ଠ ଦେବାନୀ ଅଧିକାରୀ, ପାରଳାଖେମୁଣ୍ଡି ଶ୍ରୀ ଚନ୍ଦ୍ର ହାଶ ବେହେରା , ରେଜିଷ୍ଟ୍ରର , ସିଭିଲ କୋର୍ଟ, ଗଜପତି, ଶ୍ରୀ ସତ୍ୟବ୍ରତ ରଣା , ଏସ୍.ଡି.ଜେ.ଏମ୍ , ପାରଳାଖେମୁଣ୍ଡି , ଗଜପତି, ସୁଶ୍ରୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇଥିଲେ।
ଆଇନଜୀବୀ ବୃନ୍ଦ, ପାରା ଲିଗାଲ ଭଲ୍ୟୁଣ୍ଟର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.