ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏଥିରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା , ଡିପିଓ ଶ୍ରୀ ଉଲାସ ସେଠି ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି କିପରି ଭାବରେ ଅବାଧ ଓ ନିରପେକ୍ଷତା ସହ ଆଗାମୀ ତ୍ରି-ସ୍ତରୀୟ ନିର୍ବାଚନ କରାଯିବା ନେଇ ଆଲୋଚନା କରାଯାଇଥିଲା।
ରାଜ୍ୟ ନିର୍ବାଚନ ଦ୍ୱାରା ଜାରି କରାଯାଇଥିବା ଆଦର୍ଶ ଆଚାରଣବିଧି କୋଭିଡ୍ ନିୟମ ପାଳନ ନିମନ୍ତେ ସଭାପତି ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ।
ଉକ୍ତ ସଭାରେ ପ୍ରଥମ ଥର କରି ରାଜ୍ୟରେ କେନ୍ଦ୍ରୀୟ ଭୋଟ ଗଣତି କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମ ବ୍ଲକ ସଦର ମହକୁମା ଠାରେ ସ୍ଥାପନ କରି ଭୋଟ ଗଣତି କରିବାର ବ୍ୟବସ୍ଥା ବିଷୟରେ ସମସ୍ତ ରାଜନୈତିକ ଦଳକୁ ଅବଗତ କରାଗଲା। ଏହି ପରିପକ୍ଷରେ ରାଜନୈତିକ ମାନଙ୍କ ଦ୍ୱାରା ନାମଙ୍କନ ଭୋଟ ଗଣତି, କୋଭିଡ୍ ନିୟମ ପାଳନ , ପ୍ରଚାର , ରାଲି ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା।
ଗଜପତି ଜିଲ୍ଲାରେ ଶାନ୍ତ ଶୃଙ୍ଖଳା ସହିତ କିଭଳି ଭାବେ ତ୍ରି-ସ୍ତରୀୟ ନିର୍ବାଚନ ପରିଚାଳନା ପାଇଁ ବୈଠକରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରାଗଲା। ଏହି ବୈଠକରେ ଡିପିଓ ଶ୍ରୀ ଉଲାସ ସେଠି , ଜୁବିଲି ଚରଣ ବେହେରା ସଭାପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post