ଭାଲୁ ନଷ୍ଟ କରୁଛନ୍ତି ଫସଲ

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁ.ଭି-୫ ବୁର୍ଜା ଗ୍ରାମରେ ଗତକାଲି ରାତି ତମାମ ମା ସହ ଛୁଆ ଭାଲୁ ୨ଟି ଗାଁରେ ପଶି ଆତଙ୍କ ଖେଳଯାଇଥିବା ଜଣାପଡିଛି। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଫସଲ ମଧ୍ୟ ନଷ୍ଟ କରିଦେଇଥିବା ଜଣା ପଡ଼ିଛି। ତେବେ ସକାଳେ ଲୋକେ ଭାଲୁ ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ଭାବି ଗ୍ରାମର ୨ ମହିଳା ଗାଁ ଦାଣ୍ଡରେ ଭାଲୁ ବୁଲୁଥିବା ନେଇ କଥା ହେଉଥିବା ସମୟରେ ଭାଲୁ ଗୁଡିକ ତାଙ୍କ ପଛରେ ଠିଆ ହୋଇଥିବା ଦେଖି ପ୍ରାଣ ବିକଳରେ ଦୌଡ଼ି ପଳାଇ ଥିଲେ । ପରେ ଗ୍ରାମବାସୀ ସମସ୍ତେ ମିଶି ଭାଲୁକୁ ଗୋଡ଼ାଇ ଥିଲେ। ଯାହା ଫଳରେ ମା ଓ ଛୁଆଁ ଭାଲୁ ପ୍ରାଣ ଭୟରେ ଗ୍ରାମକୁ ଲାଗିଥିବା ୫ ନମ୍ବର ମୁର୍ତ୍ତୁମା ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଭାଲୁ ଗାଁ ମଧ୍ୟରେ ପଶିବା ପରେ ବୁର୍ଜା ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଦିନକୁ ଦିନ ଜଙ୍ଗଲ ବିଭାଗର ଅବହେଳା ଯୋଗୁଁ ଜଙ୍ଗଲ କ୍ଷୟ ହେବାରେ ଲାଗିଥିବାରୁ ବନ୍ୟ ଜନ୍ତୁ ଆହାର ସଂଗ୍ରହରେ ଗାଁ ମଧ୍ୟକୁ ପଶି ଆସୁଥିବା ଦେଖାଯାଉଛି। ଯାହା ଫଳରେ ଉଭୟ ମଣିଷ ଏବଂ ବନ୍ୟ ଜନ୍ତୁଙ୍କ ଜୀବନ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.