ରାଜ୍ୟ ନିର୍ବାଚନ କମିଶନରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ : ଏସ୍ଡିପିଓ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିଲମ୍ବନ ନିମନ୍ତେ ନିର୍ଦ୍ଦେଶ

0

 ଅଧ୍ୟକ୍ଷଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଆଧାରରେ ମାମଲା ରୁଜୁ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ) : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଏବଂ କୋଭିଡ୍ ମାର୍ଗଦର୍ଶିକା ଅମାନ୍ୟ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତିା ଏହି କ୍ରମରେ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର ଏସ୍ଡିପିଓ ଶ୍ରୀ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଏଥି ସହିତ ଏ ସଂପର୍କରେ ଗୃହ ବିଭାଗକୁ ମଧ୍ୟ ଅବଗତ କରାଯାଇଛିା
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜୟଚନ୍ଦ୍ରପୁରସ୍ଥିତ ମା’ତାରେଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିକାଶ ଚନ୍ଦ୍ର ଦାସଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଏଥି ସହିତ ଅଧ୍ୟକ୍ଷ ଶ୍ରୀ ବିକାଶ ଚନ୍ଦ୍ର ଦାସଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଏଫ୍ଆଇଆର୍ ଦାଖଲ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛିା

Leave A Reply

Your email address will not be published.