ପୋଲିସର ଦୁର୍ବ୍ୟବହାରର ଶିକାର ଖୋଦ ଜଗତସିଂହପୁର ଜିଲ୍ଲା କଂଗ୍ରେସ ମୁଖପାତ୍ର

0

ଜଗତସିଂହପୁର/ ସୁମନ୍ତ କୁମାର ଦାସ : ତା-୧୩.୦୧.୨୦୨୨ ରିଖ ପ୍ରାୟ ରାତ୍ର ୯ ଘଟିକା ସମୟରେ ପାରାଦ୍ଵୀପରୁ ତାଙ୍କର ତ୍ରିଲୋଚନପୁର ସ୍ଥିତ ଶ୍ଵଶୁର ଘରକୁ ଯାଉଥିବା ସମୟରେ ଗ୍ରାମର ପ୍ରବେଶ ପଥ ନିକଟରେ ତାଙ୍କୁ ଅଭୟଚାନ୍ଦପୁର ଥାନାର ଏସ୍.ଆଇ. ଆଶୁତୋଷ ହୋତା ଅଟକାଇ ପରିଚୟ ପତ୍ର ମାଗିଥିଲେ । ଆଧାର କାର୍ଡ ଦେଖାଇବା ପରେ ମଧ୍ୟ ପୋଲିସ୍‌ ତାଙ୍କ ଶ୍ୱଶୁର ଘରକୁ ଯିବାକୁ ଅନୁମତି ନଦେଇ ଶ୍ୱଶୁର ଘର ପକ୍ଷରୁ କେହି ଜଣେ ଏଠାକୁ ଆସିଲେ ତାଙ୍କୁ ଛଡାଯିବ ବୋଲି କହିଥିଲେ । ଶ୍ଵଶୁର ଜିବୀତ ନାହାଁନ୍ତି ଏବଂ ଶାଶୁ ବୟସ୍କା ମହିଳା ହୋଇଥିବାରୁ ସେ ଏଠାକୁ ଆସିବା ସମ୍ଭବ ନୁହେଁ ବୋଲି କହିବା ପରେ ମଧ୍ୟ ତାଙ୍କୁ ଶ୍ୱଶୁର ଘରକୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା। ଏହାପରେ ଜିଲ୍ଲା କଂଗ୍ରେସ’ ମୁଖପାତ୍ର ସୌମ୍ୟଜିତ୍ ଦାଶ ପୋଲିସ୍‌କୁ ଶ୍ୱଶୁର ଘରକୁ ଛଡା ନଯିବା ଦ୍ବାରା ତାଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି କହିଥିଲେ ଏହି ସମୟରେ ଅଭୟନ୍ଦପୁର ଥାନାର ଜନୈକ ଏସ୍.ଆଇ. ଆଶୁତୋଷ ହୋତା ପୋଲିସ୍‌ ଭ୍ୟାନରେ ସେଠାରେ ପହଞ୍ଚି ମଦ ନିଶାରେ ବହୁତ ଗପୁଛି ବୋଲି କହି କାର୍ ରୁ ଚାବି ଛଡାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସ୍‌ ଜିପ୍‌ରେ ବସାଇ ଥାନାକୁ ନେଇଯାଇଥିଲେ । ଜିଲ୍ଲା କଂଗ୍ରେସ ମୁଖପାତ୍ର ଜାଣି ମଧ୍ୟ ସମ୍ପୃକ୍ତ ଏସ୍.ଆଇ. ଥାନାରେ ଖରାପ ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାକୁ ପଛାଇ ନଥିଲେ ଏବଂ ତାଙ୍କୁ ଘର ଲୋକଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିବାକୁ ସୁଯୋଗ ନଦେଇ ଫୋନ୍‌କୁ ଛଡାଇ ନେଇଥିଲେ । ଏଣୁ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ପାଇଁ ଥାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ସମ୍ପୃକ୍ତ ଏସ୍.ଆଇ.ଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ତାଙ୍କୁ ଅଭୟଶ୍ଚନ୍ଦପୁର ଥାନାରୁ ବଦଳି କରିବାକୁ ଦାବି କରିଛନ୍ତି l

 

Leave A Reply

Your email address will not be published.