ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସାଲତରା ସେବା ସମବାୟ ସମିତି ଲିଃ ର ଚାଷୀମାନେ ଟୋକନ ପାଇ ଧାନ ବିକ୍ରୀ କରିବା ପାଇଁ ଗୋଟିଏ ଥର ବିତି ଯାଇଥିଲେ ମଧ୍ୟ ମିଲର ନ ଆସିବା ଯୋଗୁଁ ଧାନ ବିକ୍ରି ହୋଇପାରି ନାହିଁ । ସୂଚନା ଥାଉ କି ଗତ ୧୩ ତାରିଖରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଳିପଡା ସ୍ଥିତ କଂପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟନ କରିଥିବା ବେଳେ ମିଲର ଆସି ଧାନର ମାନ ନିର୍ଦ୍ଧାରଣ ଉପରେ ଅସନ୍ତୁଷ୍ଟ ହୋଇ ଫେରି ଯାଇଥିଲା । ଫଳରେ ଚାଷୀ ଧାନ ନଦେଇ ନିରାଶ ହୋଇ ଧାରଣା କରିଥିବା ସହ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ ।ପରେ ଜିଲ୍ଲାପାଳ ବିଚାର ବିମର୍ଶ କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ତେବେ ଆଜି ସାଲତରା ସେବା ସମବାୟ ସମିତିର ଚାଷୀମାନେ ଏକତ୍ରୀତ ହୋଇ ମିଲର ନ ଆସିବାରୁ ଧାରଣା ଦୁଇ ଘଣ୍ଟା ଧରି ଦେଇଥିଲେ ।ପ୍ରଶାସନ ପକ୍ଷରୁ କୌଣସି କର୍ମଚାରୀ ନ ଆସିବାରୁ ବାଘମାରି-କଣ୍ଟିଲୋ ୪୮ ନମ୍ବର ଜାତୀୟ ରାଜପଥରେ ଧାନ ବସ୍ତା ରଖି ଶୃଙ୍ଖଳିତ ଭାବରେ ପ୍ରତିବାଦ କରିଥିଲେ ।ଫଳରେ ଉଭୟ ପାର୍ଶ୍ୱରେ ଯାତାୟତ କରୁଥିବା ଯାନବାହନ ଗୁଡିକ ଅଟକି ରହିଥିଲା ।ପରେ ବୋଲଗଡ଼ ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲା ଏଆରସିଏସ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଲୋକମାନେ ଜାତୀୟ ରାଜପଥ ଅବରୋଧରୁ ହଟିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥିଙ୍କ ୧ ପ୍ଲାଟୁନ ପୋଲିସ ବାହିନୀ ନିୟୋଜିତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post