ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ବିଜେପିର ୭ ଜଣିଆ କମିଟି

0

ଭୂବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି ।
ଏହି କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ବିଜେପି ପଂଚାୟତରାଜ ବିଭାଗ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡ଼ା ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.