ନକଲି ମଦ ପ୍ରସ୍ତୁତି କରଖାନ ଠାବକଲା ରାଉରକେଲା ଅବକାରୀ ବିଭାଗ

0

ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ।

ରାଉରକେଲା(ବସନ୍ତ ଜେନା):ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ ଧରଣର ଚଢ଼ାଉରେ ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି।ବିରମିତ୍ରପୁର କାଲସେରିଆ ରୋଡ଼ ରେ ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା କାରଖାନା ବାବଦରେ ସୂଚନା ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା। ନକଲି ମଦ ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ମିଲକୁ ମହନନ୍ଦିଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ନାମିଦାମୀ କମ୍ପାନୀର ମଦ ଲେବଲ , ଠିପି , ଖାଲି ବୋତଲ ଆଦି ଜବତ ହୋଇଛି। ପ୍ୟାକିଙ୍ଗ କରାଯାଇ ବିକ୍ରି ହେବାକୁ ଯାଉଥିବା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ସହ ବହୁ ପରିମାଣର ବିଅର ମଧ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.