ମକର ସଂକ୍ରାନ୍ତିରେ ମକର ଚାଉଳ ସେବନର ରହିଛି ବିଶେଷ ମାହାତ୍ମ୍ୟ

0

ସ୍ନାନ ଓ ଦାନ ର ପର୍ବ ମକର ସଂକ୍ରାନ୍ତି


ପଦ୍ମପୁର : ଆଜି ମକର ସଂକ୍ରାନ୍ତି ।ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି ବା ସୂର୍ଯ୍ୟ ଙ୍କ ଉତ୍ତରାୟଣ ଗତୀ ହୋଇଥାଏ।ଏହି ଦିନ ଠାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ସମସ୍ତ ମାଙ୍ଗଲିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରତ୍ୟୁଷ ରୁ ମହୋଦଧି,ନଦୀ, ପୋଖରୀ ରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଗରିବ ଅସହାୟ ମାନଙ୍କୁ ଦାନ ଦେଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏବଂ ମକର ଭୋଗ ଯାହାକି ଅରୁଆ ଚାଉଳ,ଗୁଡ,ଛେନା, କ୍ଷୀର, କଦଳୀ, ଘିଅ,ଆଖୁ,ଗୋଲମରିଚ ଗୁଣ୍ଡ ଇତ୍ୟାଦି ରେ ତିଆରି ହୋଇଥାଏ।ଯାହାକି ମନ୍ଦିର ଦେବତା ବା ଗୃହ ଦେବତା ଙ୍କ ପାଖରେ ଭୋଗ ଲଗାଯାଏ।ପରେ ମାନବ ସମାଜ ସେହି ଭୋଗ ମକର ଚାଉଳ କୁ ଭକ୍ଷଣ କରିଥାନ୍ତି।ସେହି ମକର ଚାଉଳ ରେ ଔଷଧୀୟ ଗୁଣ ମଧ୍ୟ ଭରପୁର ରହିଥାଏ ଏବଂ ମକର ସଂକ୍ରାନ୍ତିର ଶୁଭ ମୁହୁର୍ତ୍ତରେ ସ୍ନାନ ଓ ଦାନ ର ବିଶେଷ ମହତ୍ତ୍ଵ ରହିଛି ବୋଲି ପଣ୍ଡିତ କିରଣାନନ୍ଦ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.