ବଲାଙ୍ଗୀର /ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଧାନ କିଣା ବିକା ସୁଚାରୁରୂପେ ପରିଚାଳିତ ହେଉଥିବା ବେଳେ କିଛିଟା ପେକ୍ସ ସହ ସେକ୍ରେଟାରୀଙ୍କ ନାଁ ରେ ଅଭିଯୋଗ ଏବଂ କଟନୀ ଛଟନୀ ଏବଂ ବେପାରୀଙ୍କ ଧାନ ବେପାର ପ୍ରସଙ୍ଗ କୁ ନେଇ ବିବାଦ ଉପୁଜିଥିବା ଖବର ବାରମ୍ବାର ପ୍ରକାଶ ପାଇଆସୁଛି। ଯାହା ମୁଖ୍ୟତଃ ବିବାଦ ଘେରରେ ରହିଆସୁଛି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିର ଖବର।ତେବେ ପୁଇଁତଲା ବ୍ଲକ ଅନ୍ତର୍ଗତ ପିପିରଡ଼ା ପେକ୍ସ।ପରେ ଏବେ ବୁବେଳ, ପୁଇଁତଲା ଓ ବୈରାସର ପେକ୍କ ର ଭୁଲ ଖବର ପ୍ରଚାର ପ୍ରସାର ପରେ ଯେମିତି ଏଠି ଚାଷୀ କଟନୀ ଛଟନୀ କ୍ୟୁଣ୍ଟାଲ ପିଛା ୫କିଲୋ,ମଣ୍ଡି ସେକ୍ରେଟାରୀ ସିଧାସଳଖ ମିଲର୍ଷ କୁ ଦେଉଥିବା ଏବଂ ବେପାରୀଙ୍କ ଧାନ କିଣା ଯାଉଥିବା ଭଳି ଖବର ପ୍ରକାଶ ପରେ।ତନା ଘନା ଭାବେ ଉଚ୍ଚ ସ୍ଥରୀୟ ପ୍ରଶାସନିକ ଟିମ ଆଜି ଅଭିଯୋଗ ଥିବା ପେକ୍କ ଗୁଡିକ ମୌଆଇନା କରିଥିଲେ।ଯେଉଁଥିରେ ଅଭିଯୋଗ ର ସତ୍ୟାସତ୍ୟ ତଦନ୍ତ ଏବଂ ପ୍ରକୃତରେ ଚାଷୀଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଛି କି ନାଁ ନିରପେକ୍ଷ ସର୍ଭେ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଙ୍ଗୁରି, ଏଆରସିଏସ ପ୍ରଭାକର ନାଏକ, ତହସିଲଦାର ଶ୍ରୀ ଭୋଇ ଓ ପୁଇଁତଲା ବ୍ଲକ ସିଏସଓ,ଏବଂ ସପ୍ଲାଏ ଇନ୍ସପେକ୍ଟର ସୁଶାନ୍ତ ସାହୁ ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ବୈରାସର ପେକ୍ସ କୁ ନିରୀକ୍ଷଣ ପାଇଁ ଯାଇଥିଲେ। ଏବଂ ସେଠି ଉପସ୍ଥିତ ଥିବା ଚାଷୀ ଙ୍କ ସହ ଆଲୋଚନା କରିଥିଲେ।ଓ ଧାନ ର ମାନ ଯାଞ୍ଚ କରିଥିଲେ।ଯେଉଁଥିରେ ସେଠି ଉପସ୍ଥିତ ଚାଷୀ କୌଣସି ଅଭିଯୋଗ କି ଦୁର୍ନିତ୍ତୀ ଏହି ପେକ୍କ ରେ ହେଉନ ଥିବା ମତ ରଖିଥିବା ବେଳେ ଚାଷୀଙ୍କ ଧାନ ସୁଚାରୁରୂପେ ପରିଚାଳିତ ହେଉଥିବା ଦର୍ଶାଇଛନ୍ତି।ଅନ୍ୟପଟେ ବିଗତ ବର୍ଷରେ ଏହି ପେକ୍କ ବାଦ ବିବାଦ ଘେରରେ ରହିଥିଲା ଏବଂ ଚାଷୀ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଯାହା ଏବେ ଏହି ପେକ୍କ ର ସମ୍ପାଦକ ଘନଶ୍ୟାମ ପଧାନ ଙ୍କ ନିଗରାଣୀ ରେ ହେଉଛି ଏବଂ ଚାଷୀ ଉପକୃତ ହେଉଥିବା ମତ ରଖିଛନ୍ତି।ତେବେ ଏଠି ସୂଚିତ ଥାଉ ପୁଇଁତଲା ବ୍ଲକ ଅନ୍ତର୍ଗତ ବୈରାସର ପେକ୍ସ କୁ ୩ଟି ପଞ୍ଚାୟତ ର ୧୪ଖଣ୍ଡ ଗ୍ରାମର ଚାଷୀ ମିଛା ପାଳି,ଚିଛିଣ୍ଡା ପାଳି,ଝେମତଲା,ଫଟକରା,ମଙ୍ଗଳା ପାଳି,ବ୍ରାହ୍ମଣୀ ପାଳି,ବୈରାସର, ପଞ୍ଚାୟତ ର ବନ ବାହାଲ,ଥପା ପାଳି,ଭଦ୍ରପାଲି,କନଦ୍ଧା ଗାଢ଼,ବହଳ ପଦର, ଠେଲକୋ ମୁଣ୍ଡା, ବାନ୍ଧନ ବାହାଲ,ପାଙ୍ଗଳ ବାହାଲ, ଅର୍ଜୁନଡା,ର ଚାଷୀ କିଣାବିକା ଉପରେ ନିର୍ଭରଶୀଳ ଥିବା ବେଳେ ୬୧୧ ଜଣ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ୬୦୩ଜଣ ପଞ୍ଜିକୃତ ହୋଇଥିବା ସହ ଚଳିତ ବର୍ଷ ୩୪.୪୦୦ହଜାର କ୍ୟୁଣ୍ଟାଲ ଧାନ କିଣାର ସୂଚନା ରହିଛି।ଯାହା ଏ ପ୍ରଯନ୍ତ ୩୦୯ ଜଣ ଚାଷୀଙ୍କ ଧାନ୨୦ହଜାର ୩୦କ୍ୟୁଣ୍ଟାଲ.୫୩ କିଣା ବିକା ସରିଥିବା ସହ ଆଉ୨୯୪ଜଣ ଚାଷୀଙ୍କ ଧାନ ୧୪ହଜାର ୩ସହ ୬୯.୪୭ବାକି ରହିଛି।ସେପଟେ ଉଚ୍ଚ ସ୍ଥରୀୟ ଟିମ ତଦନ୍ତ ପରେ ବୈରାସର ପେକ୍କ କାର୍ଯ୍ୟ ପ୍ରକିୟା ସୁଚାରୁ ରୁପେ ପରିଚାଳିତ ହେଉଥିବା ଦର୍ଶାଇଛି।ଓ ଅପପ୍ରଚାର ହୋଇଥିବା ଖବର ସୂଚନା କୁ ଖଣ୍ଡିତ କରିଛନ୍ତି ଏବଂ ଖୋବ୍ଧ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଙ୍ଗୁରି।
Sign in
Sign in
Recover your password.
A password will be e-mailed to you.
Next Post