ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ସଂଗଠନ “ପଦାମୃତ ନୃତ୍ୟାୟନ” ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ୍ ପରିସରରେ ସମ୍ପୂର୍ଣ୍ଣ କୋଭିଡ୍ କଟକଣାର ସହ ସୀମିତ କଳାକାର ଓ ଦର୍ଶକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ଅନ୍ୟ ମାନେ ଅନଲାଇନ୍ ମାଧ୍ୟମରେ ଏହି ସ୍ମୃତି ସନ୍ଧ୍ୟାରେ ଯୋଗ ଦେଇଥିଲେ।
ପ୍ରଥମ ପର୍ଯ୍ୟାୟରେ ଅତିଥି ଭାବରେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ଗୁରୁ ରଘୁନାଥ ପାତ୍ର , ବରିଷ୍ଠ ଅଧ୍ୟାପକ ନୃସିଂହା ନନ୍ଦ ପାଣଗ୍ରାହୀ ଯୋଗ ଦେଇ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ଆୟୋଜକ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ।
ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ପ୍ରୀତିପ୍ରିୟା ବେହେରା ସଂପାଦକୀୟ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ଖଗେଶ୍ବରୀ ବେହେରା , ବିନ୍ଦୁ ପ୍ରିୟା ବେହେରା , ଦୀପକ ସ୍ୱାଇଁ , ଆଲୋକ ସାମନ୍ତ ରାୟ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠାନ ଶିଶୁ କଳାକାର ମାନେ ଓଡିଶୀ ନୃତ୍ୟ , ସମ୍ବଲପୁରୀ ନୃତ୍ୟ , ଓ ପଲ୍ଲୀ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ଓ ମନୋଜ ପାଢ଼ୀ ସଂଯୋଜନା କରିଥିଲେ।
ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉ ଥିବା ବେଳେ ଚଳିତ ବର୍ଷ ସରକାରଙ୍କ ନିୟମ ଅନୁସାରେ ସୀମିତ କଳାକାରଙ୍କୁ ନେଇ ଅନଲାଇନ୍ ମାଧ୍ୟମ ରେ ଏହି ସ୍ମୃତି ସନ୍ଧ୍ୟା ଅନୁଷ୍ଟିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.