ଭୁବନେଶ୍ୱର : ସହରାଞ୍ଚଳରେ ୫-ଟି ଆଧାରରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର କିଭଳି ସଫଳ ରୂପାୟନ ଏବଂ ତଦାରଖ ହୋଇପାରିବ ସେଥିପାଇଁ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଗଠନ ହୋଇଛି ।
ଏହି କ୍ରମରେ ରାଜ୍ୟ ସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଦ୍ୱାରା ସହରାଞ୍ଚଳ ରାସ୍ତା ଭିତ୍ତିଭୂମି ନିର୍ମାଣ ପାଇଁ ସଠିକ୍ ପଦକ୍ଷେପ ନେବା ସାଙ୍ଗକୁ ପୌରସଂସ୍ଥା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏବେ ରାଜ୍ୟରେ ଥିବା ୧୧୪ଟି ପୌରାଞ୍ଚଳରେ ୭୦୦କୋଟିରୁ ଉଦ୍ଧ୍ୱ ମୂଲ୍ୟର ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ନିମନ୍ତେ ପାଖାପାଖି ୫ହଜାର କାର୍ଯ୍ୟ ଚାଲୁ ରହିଛି ।
ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକାରୀ ହେଉଥିବା ସମସ୍ତ ଅଞ୍ଚଳକୁ ଭାରତ ସରକାରଙ୍କ ଅନୁମୋଦିତ ଅନୁଷ୍ଠାନ ନେସନାଲ କାଉନସିଲ ଅଫ୍ ସିମେଣ୍ଟ ଆଣ୍ଡ ବିଲିଡିଂ ମେଟେରିଆଲ୍ସର କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳ ଗସ୍ତକରି ନମୂନା ସଂଗ୍ରହ କରି ନିଜର ତଥା ରାଜ୍ୟ ସରକାରଙ୍କ ପରୀକ୍ଷାଗାରରେ ତାହାର ପରୀକ୍ଷା କରାଯିବାର ଲକ୍ଷ୍ୟ ରହିଛି । ଏଭଳି ଯାଞ୍ଚ ସାରା ଭାରତରେ ପ୍ରଥମ ।
ଏଭଳି ଉଦ୍ୟମର ପରିକଳ୍ପନା କରିଥିବା ଏବଂ “କାର୍ଯ୍ୟକ୍ରମ ସଂଖ୍ୟା ଅପେକ୍ଷା କାର୍ଯ୍ୟକ୍ରମର ଗୁଣାତ୍ମକ ମାନ” ଉପରେ ବିଶ୍ୱାସ ରଖୁଥିବା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ନିର୍ଦ୍ଦେଶରେ ଠିକାଦାର ଏବଂ ଯନ୍ତ୍ରୀମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ବ୍ୟକ୍ତିବିଶେଷମାନେ ଏଭଳି ଉଦ୍ୟମର ପ୍ରଶଂସା କରିଥିଲେ ।
ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଏଥିରେ ଅଧ୍ୟକ୍ଷତା କରି ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣର ଗୁଣାତ୍ମକ ମାନ ଯାଞ୍ଚ ସହରାଞ୍ଚଳର ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ କରିବ ବୋଲି ମତବ୍ୟକ୍ତ କରିଥିଲେ । ସହରାଞ୍ଚଳରେ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ମାନ ବୃଦ୍ଧି ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ନାୟକ କହିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତରିକ୍ତ ଶାସନ ସଚିବ ଡକ୍ଟର ଭକ୍ତ କବି ଦାଶଙ୍କୁ କାର୍ଯ୍ୟକ୍ରମର ସଠିକ ତଦାରଖ ପାଇଁ ବିଭାଗ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.