ଆନ୍ତର୍ଜାତୀୟ କରାଟେ ସ୍ଵର୍ଣ୍ଣପଦକ ହାସଲ କଲେ ବିଜେପୁରର ଗଜେନ୍ଦ୍ର ମେହେର

0

ବିଜେପୁର:କଥା ରେ ଅଛି ଇଚ୍ଛା ଶକ୍ତି ଆଗ ରେ ସବୁକିଛି ହାରମାନେ | ଏପରି କାମ କୁ ସଫଳ କରିକି ଦେଖେଇଛନ୍ତି ଜିଲ୍ଲା ବିଜେପୁର ଗ୍ରାମର ଗଜେନ୍ଦ୍ର ମେହେର । ଛୋଟ ବେଳୁ ସ୍ୱପ୍ନ ଥିଲା ଦିନେ ଆନ୍ତର୍ଜାତୀୟ କରାଟେ ରେ ଭାଗ ନେବେ । ତାହା ସଫଳ କରିବାକୁ ବେଶ ପରିଶ୍ରମ କରିଛନ୍ତି ବିଶାଖାପାଟଣା ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗୀତା ରେ ପ୍ରଥମସ୍ଥାନ ଅଧିକାର କରି ଚଚ୍ଚାରେ ରହିଛନ୍ତି।ଯାହା ଫଳ ରେ ବିଜେପୁର ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।ସୂଚନା ଯୋଗ୍ୟ ଯେ ପ୍ରଥମେ ସେ ଛତିଶଗଡ଼ ରାଜ୍ୟ ରାୟପୁର ନିକଟ ଆଭାନପୁର ରେ ଅନୁଷ୍ଠିତ ହୋଇଥିବା ଗତ ଫେବୃଆରୀ ୨୭/୨୮ ତାରିଖ ଦିନ ଫେଡରେସନ ଜାତୀୟ ନେଶନାଲ କରାଟେ ଚମ୍ପିୟାନସିପ ରେ ଭାଗ ନେଇ ଦ୍ଵିତୀୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଯାହାକି ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ପାଈଁ ଏକ ଗର୍ଵ ଓ ଗୌରବ ବିଷୟ । ବିଶାଖାପାଟଣା ର ସ୍ପୋର୍ଟ ଷ୍ଟାଡିୟମର ହୋଇଥିବା ଜାନୁଆରୀ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଞ୍ଚମ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନ ସିପ ରେ ଭାରତୀୟଟିମ ରେ ଅଂଶଗ୍ରହଣ କରିବାକୁ ଇଣ୍ଡିଆନ ସେଲ୍ଫ ଡିଫେନ୍ସ ଅର୍ଗାନାଇଜେସନ ସ୍ଵର୍ଣ୍ଣ ପଦକରେ ବିଜେତା ହୋଇଛନ୍ତି।ବରଗଡ ଜିଲ୍ଲା ବିଜେପୁର ର ଗରୀବ ପରିବାର ରେ ଜନ୍ମ ଗ୍ରହଣ କରି ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧକାର କରିଥିବାରୁ ଗଜେନ୍ଦ୍ର ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି।

Leave A Reply

Your email address will not be published.