ଦିଲ୍ଲୀପ ରାଏଙ୍କ ୬୯ତମ ଜନ୍ମ ଦିନରେ ବିଏଲଡବ୍ଲୁସି ପକ୍ଷରୁ ରକ୍ତଦାନ ଶିବିର

0

ରାଉରକେଲା/ବସନ୍ତ ଜେନା: ଆଜି ଛେଣ୍ଡ୍ କଲୋନୀ ମୁନସିପାଲଟି ଜଗତଜନନୀ ମାର୍କେଟ ସ୍ଥିତ ବିଏଲଡବ୍ଲୁସି କାର୍ଯ୍ୟାଳୟରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାଏଙ୍କ ୬୯ ତମ ଜନ୍ମ ବାର୍ଷିକ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିର ରେ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ତାହାକୁ ରାଉରକେଲା ସରକାରୀ ହସପିଟାଲକୁ ଦିଆ ଯାଇଥିଲା। ବ୍ରାଇଟ୍ ୱେଲଫେଆର କମିଟିର ଜେଣ୍ଟଲ ପରିଡା ଓ ଅଭିଜିତ ରାଏଙ୍କ ନେତୃତ୍ବରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଆମନ୍ତ୍ରିତ ଅତିଥି ଭାବେ ଓକିଲ ସଂଘର ସଭାପତି ରମେଶ ବଳ , ସମାଜସେବୀ ହରିହର ରାଉତରାୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ସରକାରୀ ଡାକ୍ତରଖାନାର ସହାୟତାରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା।ଏହି ରକ୍ତଦାନ ଶିବିର ରେ ପିଣ୍ଟୁ ସାମନ୍ତରାୟ, ରାକେଶ ପରିଡା,ଦିଲ୍ଲୀପ ନାୟକ,ଶୁଭମ୍ ପାତ୍ର,ଗୋଲକ ସାହୁ,କ୍ଷୀତିଶ୍ ବାରିକ,ଯତୀନ ପ୍ରଧାନ, ଆଶୀଷ ଶର୍ମା, ଶରତ ଦେହୁରୀ ଓ ଆଶିଷ ପ୍ରମୁଖ ଯୋଗଦେଇ ଥିଲେ।

Leave A Reply

Your email address will not be published.