ନିଶ୍ଚିନ୍ତକୋଇଲି ( ଦେବେନ୍ଦ୍ର ଷଡ଼ଙ୍ଗୀ)-ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଜାରି ରହିଛି ବିକାଶ ପ୍ରକ୍ରିୟା । ଶନିବାର ଦିନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ନିଶ୍ଚିନ୍ତକୋଇଲି ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଗ୍ରସ୍ତ କରି ଛାତ୍ରୀନିବାସ ନୂତନ ଗୃହ କୁ ଉଦ୍ଘାଟିତ କରିବା ସହ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ଯାହାବି କିଛି ଆବଶ୍ୟକ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଥିଲେ । ସେହିପରିଭାବେ ମନ୍ତ୍ରୀ ଶ୍ରୀ ଜେନା କେଣ୍ଟାଳ ପଂଚାୟତ ଗ୍ରସ୍ତ କରି ଜୁଳୁକିପଡା ଅଙ୍ଗନବାଡି କେନ୍ଦ୍ର ନୂତନ ଗୃହ ଉଦ୍ଘାଟନ କରିବା ସହ ବିଶ୍ୱ ଭାତୃତ୍ୱ ଦିବ୍ୟତ୍ମା ପରିଷଦ ସତସଙ୍ଗ ମହୋତ୍ସବରେ ଯୋଗଦାନ କରିଥିଲେ| ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ବିଜେ କେଣ୍ଟାଳ ମଲିପୁର ନୂତନ ଗୃହ ଓ ମୁଖଶାଳା, ମା କାଳିକା ଠାକୁରାଣୀ ନୂତନ ଗୃହ, ମା ନାରାୟଣୀ ଭାଗବତ ଗୃହ ଆଦି ବିଭିନ୍ନ ପ୍ରକଳ୍ପ କୁ ଉଡ଼ଘାଟନ କଲେ ମନ୍ତ୍ରୀ ଶ୍ରୀ ଜେନା । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ବ୍ଲକ ଅଧକ୍ଷା ସବିତା ଓଝା, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ପି.ପି. କଲେଜ ଅଧକ୍ଷ ବିଜୟ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ହିମାଂଶୁ ଶେଖର ମହାନ୍ତି,ବ୍ରଜମୋହନ ପଣ୍ଡା , ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ସରପଞ୍ଚ ଅନ୍ନଦା ପ୍ରସନ୍ନ ନାୟକ, ଜ୍ୟୋତିରଞ୍ଜନ ସ୍ୱାଇଁ, ରାମଚନ୍ଦ୍ର ସାହୁ, ବିନୋଦ ସାମଲ,ଛାତ୍ର ବିଜେଡି ସଭାପତି ସତ୍ୟଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ, ଶୁଭେନ୍ଦୁ ରଥ, ଏମଡି ଅମିନ ଖାଁ ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, କଲେଜ ଅଧ୍ୟାପିକା ଅଧ୍ୟାପକ, ଛାତ୍ର ଛାତ୍ରୀ ଓ କେଣ୍ଟାଳ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.