ଜଗତସିଂହ ପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ୀଲ୍ଲା ଏରସମା ବ୍ଲକଠାରେ ଥିବା ସତଭଉଣୀ ମଠ ପରିସରରେ ଶ୍ରୀ ଶ୍ରୀ ବାବାଜୀ ଦୟାନିଧି ଦାସ ମହାରାଜ ଜି ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ତୁଳଙ୍ଗ ଠାରେ ଥିବା ତୀର୍ଥ ମଠ ର ମଠାଧିସ ମହନ୍ତ ଜଗନ୍ନାଥ ଦାସ ମହାରାଜଙ୍କ ସଭାପତିତ୍ୱ ରେ ଏକ ବୈଷ୍ଣବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଉଗାଁ ର ମହନ୍ତ ପଙ୍କଜ ମହାରାଜ, ରଙ୍ଗିଆ ଗଡର ପ୍ରସନ୍ନ ଅଧିକାରୀ ପ୍ରମୁଖ ବିଶିଷ୍ଟ ବୈଷ୍ଣବ ମାନେ ଅଂଶ ଗ୍ରହଣ କରି ମହାରାଜଙ୍କ ଗୁଣ ସ୍ମରଣ କରିବା ସହିତ ଗୀତ, ଭାଗବତ ପାଠ କରାଯାଇଥିଲା। ମହାରାଜଙ୍କ ଭୋଯ୍ୟ ଉତ୍ସବ କରିଥିଲେ। ବାବାଜୀ ଶ୍ରୀ ହରିନାରାୟଣ ଦାସ ଉକ୍ତ ଉତ୍ସବ କୁ ପରିଚାଳନା କରିଥିଲେ। ଶିବ ପ୍ରସାଦ ସାହୁ, ପ୍ରଭାତ ବିଶ୍ୱାଳ, ପ୍ରମୋଦ ନାୟକ, ଭାସ୍କର ସ୍ୱାଇଁ, ରତ୍ନାକର ବିଶ୍ୱାଳ, ବ୍ରଜକିଶୋର ପ୍ରଧାନ ନୂଆଡିହ ଗ୍ରାମପଞ୍ଚାୟତ ବିଜେଡ଼ି ସଭାପତି , ପାଳିକଣ୍ଟା ପଂଚାୟତ ବିଜେଡ଼ି ସଭାପତି ପ୍ରଭାତ ବିଶ୍ୱାଳ ପ୍ରମୁଖ ଭକ୍ତ ମାନେ ମାର୍ଗଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.