ରାଉରକେଲା:ବସନ୍ତ ଜେନା- ରାଉରକେଲା ଡେଲିମାର୍କେଟ ରେଳ ଲାଇନ ନିକଟରେ ଶନିବାର ଦିନ ଦ୍ବିପ୍ରହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଚାଳନା ହୋଇଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି।
ସୂଚନା ଅନୁଯାୟୀ କୌଣସି ବେଆଇନ ଅର୍ଥ କାରବାର କୁ ନେଇ ଆଜି ଦୁଇଜଣଙ୍କ ମଧ୍ୟରେ ବାକ୍ ବିତଣ୍ଡା ହୋଇଥିଲା। ଏହା ପରେ ଗୋଷ୍ଠୀ ସଂଘର୍ଷ ର ରୂପ ନେଇଥିଲା। ଗଣ୍ଡଗୋଳ ବେଳେ ଜଣେ ଯୁବକ ପାଖରେ ରଖିଥିବା ପିସ୍ତଲ ରୁ ଅପରପକ୍ଷର ଯୁବକଙ୍କ ଉପରେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ସୌଭାଗ୍ୟ ବଶତଃ ଗୁଳି କାହାରିକୁ ବାଜି ନଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଲାଗି ଆତଙ୍କ ଖେଳି ଯାଇଥିଲା। ପ୍ଲାଣ୍ଟସାଇଟ ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।
Sign in
Sign in
Recover your password.
A password will be e-mailed to you.
Prev Post