ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ

0 2

ବାସୁଦେବପୁର/ ପ୍ରତାପ ପାଢ଼ୀ: ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତରାୟ ବିଭିନ୍ନ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ପୂର୍ବତନ ବିଧାୟକ ସ୍ବର୍ଗତଃ ବିଜୟଶ୍ରୀ ରାଉତରାୟଙ୍କ ପ୍ରଚେଷ୍ଟାରେ ପଦ୍ମପୁର ସନାନ୍ଦପୁର ଠାରୁ ସୟା ବାଉଁଶଡା ରାସ୍ତାର ଧଳା ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟର ଭିତ୍ତିପସ୍ତର ସ୍ଥାପନ କଲେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ l ସେହିପରି ଭାବ ରେ ବାଲି ମେଦ ଗ୍ରାମ ପଞ୍ଚାୟତ ର ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳୀର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଶ୍ରୀ ରାଉତରାୟ। ସେହିପରି ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟ ପରିସର ରେ ମଧ୍ୟ ବିଡିଓ ସତ୍ୟଜିତ ରାଉତ ଓ ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ସରକାର ଘୋଷଣା କରିଥିବା ବିଜୁ ପକା ଘର ମରାମତି ବାବଦ ରେ ୩୦୦୦ ଟଙ୍କା ସହାୟତା ରାଶି ପ୍ରଦାନର ମଧ୍ୟ ଶୁଭାରମ୍ଭ କରିଥିଲେ। ଆଜିର ସମସ୍ତ କାର୍ଯ୍ୟ କର୍ମ ରେ ସାଂସଦ ଙ୍କ ପ୍ରତିନିଧି ସୁରେଶ୍ ଚନ୍ଦ୍ର ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ପଦ୍ମପୁର ଓ ବାଲି ମେଦ ର ସରପଞ୍ଚ, ଦିନ ବନ୍ଧୁ ଦାସ, ମାନସ ରଞ୍ଜନ ସାହୁ, କାଳନ୍ଦୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.