ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପର ଆଜିର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ ପାଇକମାଳ ଓ ଝାରବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାଇକମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୫ ରନ୍ କରିଥିଲେ ଯାହାର ଯବାବରେ ଝାରବନ୍ଧ ଦଳ ୬୯ ରନ କରି ୩୬ ଧନରେ ପରାଜିତ ହୋଇଥିଲେ । ଦ୍ବିତୀୟ ମ୍ୟାଚ ସମ୍ବଲପୁର ଓ ଭୁକ୍ତା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୬ ରନ କରିଥିଲେ ଯାହାର ଯବାବରେ ଭୁକ୍ତା ଦଳ ୨ ଓ୍ବିକେଟ ହରାଇ ୧୦୭ ରନ ସଂଗ୍ରହ କରି ୮ ଓ୍ବିକେଟ ରେ ବିଜୟୀ ହୋଇଥିଲେ । କ୍ବାଟର ଫାଇନାଲ ମ୍ୟାଚ ପାଇକମାଳ ଦଳ ଓ ଭୁକ୍ତା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାଇକମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ଓ୍ବିକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲେ ଯାହାର ଯବାବରେ ଭୁକ୍ତା ଦଳ ୫ ଓ୍ବିକେଟ ହରାଇ ୯୫ ରନ ସଂଗ୍ରହ କରି ୨୯ ରନରେ ପରାଜିତ ହୋଇଥିଲେ । ସାମ୍ବାଦିକ ସଞ୍ଜିବ କୁମାର ମେହେର ଏବଂ ଚିତ୍ରଶିଳ୍ପୀ ଅର୍ଜୁନ ଗିଙ୍ଗରା ଅତିଥି ଭାବେ ଯୋଗଦେଇ ପାଇକମାଳ ଦଳର ଦେବ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମିଟୁ,ସୁନୀଲ, ଆନନ୍ଦ, ଧାରା ବିବରଣୀ କରି ଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ,ହନୁ ଖେଳ ପରିଚାଳନା କରିଥିଲେ।ସାନୁ,ଚନ୍ଦନ, ଗୋକୁଳ, ଝସ,ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post