ପଦ୍ମପୁର(ଶାସକ ପ୍ରଶାସକ)- ଗୁରୁବାର ଦିନ ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ର ସମ୍ମଳନ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ଅଧ୍ୟାପକ ଡ. ସରୋଜ କୁମାର ନାଏକଙ୍କ ଲିଖତ ପୁସ୍ତକ କବି ସୌଭାଗ୍ୟ ମିଶ୍ରଙ୍କ କବିତା ସମ୍ଭାର ଏକ ଅନୁଶୀଳନ ଏବଂ ଡ. ଦୁଃଖୀଶ୍ୟାମ ସାହୁଙ୍କ ଲିଖତ ପୁସ୍ତକ ଗଦ୍ୟଶିଳ୍ପୀ ଚନ୍ଦ୍ରଶେଖର ରଥଙ୍କ ରମ୍ୟରଚନା ଏକ ଅଧ୍ୟୟନ ଶୀର୍ଷକ ଦୁଇଟି ପୁସ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସାରସ୍ଵତ ସଭାର ସଭାପତି ଡ. ଲଳିତେନ୍ଦୁ ନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇ ଯାଇଛି । ଡ. ପ୍ରମୋଦକୁମାର ପାଢ଼ୀ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ ଡ. ଜୟ କେତନ ତ୍ରିପାଠୀ ପ୍ରାଧ୍ୟାପକ ପଂଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ସମୀକ୍ଷକ ଭାବେ ଯୋଗଦାନ କରି ପୁସ୍ତକ ଦ୍ଵୟର ସମୀକ୍ଷା କରିଥିଲେ । ଅଧ୍ୟାପିକା ରୀନା ଧର୍ମବିନାୟକ ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଆ ସମ୍ମାନ ଛାତ୍ର ବିକାଶ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଭାଗୀୟ ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିଲା । ଉକ୍ତ ସଭାରେ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ତଥା ଛାତ୍ର ଛାତ୍ରୀ ଯୋଗଦାନ କରି ସଭାକୁ ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post