କୋରାପୁଟ ଲୋକସଭା ସାଂସଦଙ୍କ କାଶୀପୁର ଉତ୍କଳ ଆଲୁମିନା ବିସ୍ଥାପିତ ଓ କଂସାରୀଗୁଡା ଗ୍ରାମ ଗ୍ରସ୍ତ.

0

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : ବାରମ୍ବାର ସଂସଦ ଭବନରେ କଂସାରୀଗୁଡାରେ ଆଲୁମିନା ପ୍ରକଳ୍ପ ଓ ହାଡ଼ିଗୁଡା ପଞ୍ଚାୟତ ଡିମୁଣ୍ଡି ଗ୍ରାମ କୁଚେଇପଦର ଗ୍ରାମର ଡି. କରଳ ଗ୍ରାମର ଅସୁବିଧା ଉପରେ ଦାବି ଜଣାଇ ଆସିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ନୂଆ ବର୍ଷରେ ପ୍ରଥମ ସଭା ଡ଼ି. କରଳ ଗ୍ରାମ ରୁ ଆରମ୍ଭ କରିଛନ୍ତି |
ସାଂସଦ ଶ୍ରୀ ଉଲାକା କହିଛନ୍ତି ଯେ ସ୍ଥାନୀୟ ଉତ୍କଳ ଆଲୁମିନା କମ୍ପାନୀ ର ବେପରୁଆ ମନୋଭାବ ଯୋଗୁଁ ଡ଼ି. କରଳ ଓ ଡ଼ିମୁଣ୍ଡି ଗ୍ରାମକୁ ଆଜି ଯାଏ ବିସ୍ଥାପିତ ର ମାନ୍ୟତା ମିଳିପାରିନାହିଁ ଯାହା ଫଳରେ କମ୍ପାନୀର ବାୟୁ ପ୍ରଦୂଷଣ ଦ୍ୱାରା ଉକ୍ତ ଗ୍ରାମବାସୀ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି |ବାରମ୍ବାର ପାର୍ଲାମେଣ୍ଟ ରେ ଦାବି ଉପସ୍ଥାପନା ସହ ଓଡିଶା ର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ସ୍ଥାୟୀ ସମାଧାନ ପାଇଁ ଜଣାଇଛନ୍ତି ଓ ଆଗକୁ କଂଗ୍ରେସ ଦଳ ତରଫରୁ ଉକ୍ତ ଦୁଇଟି ଗ୍ରାମକୁ ବିସ୍ଥାପିତ ମାନ୍ୟତା ନ ମିଳିବାଯାଏଁ ଲଢେଇ ଜାରୀ ରହିବ ବୋଲି ସାଂସଦ କହିଛନ୍ତି |ବହୁ ପ୍ରତିକ୍ଷୀତ କଂସାରୀ ଗୁଡା କାରଖାନା ମଧ୍ୟ ଜନ ଶୁଣାଣି ହୋଇ କି ତିନି ମାସ ବିତିଗଲାଣି କିନ୍ତୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଘୋର ନିଦ୍ରାରେ ସୋଇପଡିଛନ୍ତି ତାଙ୍କୁ ନିଦରୁ ଉଠେଇବା ପାଇଁ ଜାନୁଆରୀ ମାସ 12ତାରିଖ ଦିନ ରୁଫକଣା ଛକ ରେ ସକାଳ 6ଘଟିକା ସମୟରୁ ଅପରାହ୍ନ 2ଘଟିକା ସମୟ ପର୍ଯ୍ୟନ୍ତ ଚକ ଅଖ ବନ୍ଦ କରି ଦିଆଯିବ ବୋଲି ଅଭିଭାଷଣରେ କହିଛନ୍ତି ଓ ଆଗକୁ ଜଦି ସରକାର ଓ କମ୍ପାନୀ କର୍ତ୍ତୃପକ୍ଷ ଧ୍ୟାନ ନ ଦିଅନ୍ତି ତେବେ ରାୟଗଡା ରେଳ ଷ୍ଟେସନରେ ମଧ୍ୟ୍ୟ ରେଳ ରୋକ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି | ସାଂସଦ ବିଜୁ ଜନତା ଦଳ ର କାର୍ଯ୍ୟକଳାପ ଉପରେ ବର୍ଷିଛନ୍ତି, କହିଛନ୍ତି ବିଜେଡି ଦଳ ଖାଲି କଂଗ୍ରେସ ଦଳର କର୍ମୀଙ୍କୁ ମିଶ୍ରଣପର୍ବ ରେ ମିଶେଇଦେବା ବୋଲି ଖାଲି ବାହା ବାହା ନେଉଛନ୍ତି | ଆମର କଂଗ୍ରେସ ଦଳ ଆଗକୁ ସବୁ ପଞ୍ଚାୟତ ଓ ତିନୋଟି ଜିଲ୍ଲାପରିଷଦ ବହୁ ଭୋଟରେ ବିଜୟ ହେବ ଓ ସେମାନେ ଅରିଜିନାଲ କି ଡୁପ୍ଲିକେଟ ବିଜେଡି ବା ଓଡିଶା ବିଜେଡି ନା ଆନ୍ଧ୍ରା ବିଜେଡି ପ୍ରଥେମେ ନିଜ ଦଳୀୟ କନ୍ଦଳ ସମାଧାନ କରନ୍ତୁ| ତା ପରେ “ଗୋଟିଏ ବ୍ଲକ ଗୋଟିଏ ପାର୍ଟି “କଥା କହିବେ| ଆଜି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଦଳର ଏସି ସେଲ ସଭାପତି ରାଜେନ୍ଦ୍ର ଦୁରିଆ,ଜ଼ିଲ୍ଲା ସେକ୍ରେଟାରୀ ସୁରତ ସ୍ୱାଇଁ,ବ୍ଲକ ଉପ ସଭାପତି ହଳ ଧର ନାଏକ, ବିପ୍ର ପୂଜାରି, ସାନ୍ଧୁ ମାଝୀ କପିଳେନ୍ଦ୍ର ଟାକ୍ରି, ଝିଝରୁ ମାଝୀ, କୁନା ପାଢ଼ୀ ନାଏକ,ଲଷ୍ମୀଧର ବାଘ ସହ ପାଞ୍ଚଶହ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ

Leave A Reply

Your email address will not be published.