ପଦ୍ମପୁର-ପଦ୍ମପୁର ବ୍ଲକ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇଯାଇଛି।ଖଇରପାଲି ଜଗନ୍ନାଥ କମିଟିର ସଭାପତି ଶ୍ରୀ ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟିତ କରି ଥିଲେ। ପ୍ରଥମ ଦିନ ତିନି ଗୋଟି ମେଚ ଖେଳା ଯାଇ ଥିଲା। ଉଦଘାଟନୀ ମ୍ୟାଚ ଦଳଦଳି ଦଳ ସରାଇପାଲି ଦଳକୁ ହରାଇ ଥିଲା।ଦ୍ୱିତୀୟ ମ୍ୟାଚ ବର୍ହାଗୁଡା ଦଳ ବେଳପଡା ଦଳକୁ ହରାଇ କ୍ବାଟର ଫାଇନାଳକୁ ପ୍ରବେଶ କରିଥିଲେ । କ୍ବାଟର ଫାଇନାଳ ଦଳଦଳି ଓ ବର୍ହାଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କ୍ବାଟର ଫାଇନାଳର ମ୍ୟାଚରେ ଦଳଦଳି ଦଳ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୪ ଓ୍ବିକେଟ ରେ ୭୬ ରନ ସଂଗ୍ରହ କରି ସେମିଫାଇନାଲ କୁ ପ୍ରବେଶ କରିଥିଲା। ମେଚ ଶେଷରେ ସାମ୍ବାଦିକ ନିଳକଣ୍ଠ ଦୀପ ଓ ସାମ୍ବାଦିକ ଡିଲେଶ୍ବର ବାଗ ଅତିଥି ଭାବରେ ଯୋଗ ଦେଇ ଦଳଦଳି ଦଳର ଆଶିଷଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ମ୍ୟାଚରେ ମିଟୁ,ସୁନୀଲ, ଆନନ୍ଦ, ଧାରା ବିବରଣୀ କରି ଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ,ହନୁ ଖେଳ ପରିଚାଳନା କରିଥିଲେ।ସାନୁ,ଚନ୍ଦନ, ଗୋକୁଳ, ଝସ,ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.