ମାଓବାଦୀ ନାରେ ମିଲ ମାଲିକ ଙ୍କୁ ୧ ଲକ୍ଷ୫୦ହଜାର ଟଙ୍କା ମାଗି ଯୁବକ ଗିରଫ।

0

“ଟଙ୍କା ନଦେଲେ ତୁମସହ ତୁମମିଲ କୁ ବୋମା ପକାଇ ଉଡାଇଦେବୁ ” ଧମକ

କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ନକ୍ସଲ ନାମରେ ଚାନ୍ଦା ଆଦାୟ କରି ଯୁବକକୁ କେସ ନମ୍ବର ୧ ଦଫା ୩୮୬,୫୦୭,୩୪ଆଇ ପି ସି ରେ ମାମଲା ରୁଜୁ କରି ଗିରଫ କୋର୍ଟ ଚାଲାଣ କରିଛନ୍ତି । ପୁଲିସ ର ଅଧିକ ତଦନ୍ତ ଜାରି ରହିଛି । ଘଟଣା ଟି ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରୁ ମାଓବାଦୀ ନାମରେ ଜଣେ ଯୁବକ ମାଝୀଗୁଡା ମିଲ ମାଲିକ ଭୂମି ମାଧବ ରାଓ ଙ୍କୁ ନକ୍ସଲନାମରେ ୧ ଲକ୍ଷ୫୦ହଜାର ଟଙ୍କା କିଛିଦିନ ହେବ ଏଭଳି ଧମକ ଦେଇଆସୁଥିଲେ । ଟଙ୍କା ନଦେଲେ ତୁମସହ ମିଲ କୁ ବୋମା ପକାଇ ଉଡାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ କୌଣସି ଉପାୟ ନପାଇ ମାଧବ ରାଓ ଶେଷରେ ସ୍ଥାନୀୟ କଲ୍ୟାଣସିଂ ହପୁର ଥାନା ଅଧିକାରୀ ସୁକୁମା ହାଂସୁଦ ଙ୍କ ସହାୟତା ଲୋଡିଥିଲେ ।ଏହାପରେ ଘଟଣା ନେଇ ହସ୍ତକ୍ଷେପ କରି ସ୍ଥାନୀୟ ପୁଲିସ ଛାନ୍ନଭିନ ଆରମ୍ଭ କରିଥିଲେ । ପୁଲିସ ପକ୍ଷରୁ ଉକ୍ତ ଯୁବକଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଛି।ଏହାପରେ ଜିଲ୍ଲା ଏସ ଡି ପି ଓ ଦିବ୍ୟଜ୍ୟାତି ଦାସ ଆଜି ସ୍ଥାନୀୟ ଥାନାରେ ପହଞ୍ଚି ଘଟଣା ଅଧିକ ତଦନ୍ତ କରିବା ସହ ଏଥିରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ଏହାରପ୍ରକୃତ ତଦନ୍ତ କରିବା ପରେ ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଧରାଜୀବ ବୋଲି ସୂଚନା ଦେଇଛନ୍ତି ।ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟ ର ମୋହଲ ସୁଷ୍ଟି ହୋଇଥିବା ଦେଖିବା କୁ ମିଳୁଛି।

Leave A Reply

Your email address will not be published.