କତାରରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

0

ବିମାନବନ୍ଦରରେ ବୈଜୟନ୍ତ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉଦ୍ୟମରେ କତାରରୁ ଫସିଥିବା ମୃତ ଓଡିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଆଜି ଓଡିଶା ପହଞ୍ଚିଛି। ମରଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ ବୈଜୟନ୍ତ ପଣ୍ଡା ସ୍ବର୍ଗତ ସଦାଶିବଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପରିବାର ଲୋକଙ୍କ ଅନୁରୋଧକ୍ରମେ ମରଶରୀରକୁ ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଦଳା ସାହି ଗ୍ରାମର ସର୍ବେଶ୍ବର ଦାସଙ୍କ ଏକମାତ୍ର ପୁଅ ସଦାଶିବ ୯ ମାସ ହେବ କତାର ଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୨୫ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସେଠାରେ ଅନ୍ୟ ଏକ କମ୍ପାନୀରେ କାମ କରୁଥିବା ଦିଲ୍ଲୀପ ଘଡାଇ ସଦାଶିବଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ୨୬ ତାରିଖରେ ଜଣାଇଥିଲେ। ସଦାଶିବଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଳୋଡିଥିଲେ। ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମରଶରୀର ଫେରିଥିବାରୁ ପରିବାର ଲୋକ ଶ୍ରୀଯୁକ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଏହିଭଳି ସାଧାରଣ ଲୋକଙ୍କ ଉଦେଶ୍ୟରେ ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ଭୁୟସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.