ପଦ୍ମପୁର(ଶାସକପ୍ରଶାସକ)-ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ କେନ୍ଦୁପତ୍ର ଡ଼ାକବଙ୍ଗଳା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ ଙ୍କ ୧୦୨ତମ ଜନ୍ମଦିବସ ପାଳନ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି lଏହିକାର୍ଯ୍ୟକ୍ରମ କୁ କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ର ସଂପାଦକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦିପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ଦିପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ lରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ର ସଂପାଦକ ଶ୍ରୀଯୁକ୍ତ କୋକିଳ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କେନ୍ଦୁପତ୍ର କର୍ମଚାରୀ ସଂଘ ରେ ଜଡିତ ଥିବା କର୍ମଚାରୀ ମାନେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ ଙ୍କ ଜିବନୀ ଉପରେ ନିଜନିଜ ସୁଚିନ୍ତିତ ମତାମତ ପ୍ରତିପାଦନ କରିଥିଲେ l ମୁଖ୍ୟଅତିଥି ଙ୍କ ଆହ୍ୱାନ କ୍ରମେ ପ୍ରାରମ୍ଭେ ସ୍ୱର୍ଗତ ପଣ୍ଡିତ ଙ୍କ ଉଦ୍ଦେଶ୍ୟ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଶେଷରେ ମୁଖ୍ୟ ଅତିଥି ଶ୍ରୀମାନ ପୁରୋହିତ ବିଶ୍ୱନାଥ ପଣ୍ଡିତ ଙ୍କ ଉତ୍ଥାନ ପତନ ତଥା ଅଗଣିତ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ପାଇଁ ତାଙ୍କ ପ୍ରମୁଖ ଭୂମିକା ଉପରେ ଆଲୋକପାତ ସହ ସ୍ମୁତିଚାରଣ କରିଥିଲେ lଏ ପରିପ୍ରେକ୍ଷୀରେ ପଦ୍ମପୁର ଉପଖଣ୍ଡ ତଥା ବିଭିନ୍ନ ବ୍ଳକ ଅଞ୍ଚଳ ରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ସାଇଧର ପାଣ୍ଡେ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା
Sign in
Sign in
Recover your password.
A password will be e-mailed to you.
Next Post