ରାଉରକେଲା (ବସନ୍ତ ଜେନା) : ରାଉରକେଲାର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ମିଶନ ସଣ୍ଡେ” ଓ ଗାୟତ୍ରୀ ପରିବାରର ମିଳିତ ଉଦ୍ୟମରେ ସ୍ଵଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ସଂଗଠନର ପ୍ରାୟ ୪୦ ଜଣ ସଦସ୍ୟ ଯୋଗଦେଇ ଶକ୍ତିପୀଠର ବିଭିନ୍ନ ସ୍ଥାନକୁ ସଫା କରିଥିଲେ । ଆଗାମୀ ଦିନରେ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପ୍ରତି ରବିବାର ଏହିପରି ସ୍ଵଛତା ଅଭିଯାନ ଜାରି ରହିବ ବୋଲି ସଂଗଠନର ଆବାହକ ଶ୍ରୀ ଅଭୟ ବେହେରା ସୂଚନା ଦେଇଛନ୍ତି । “ମିଶନ ସଣ୍ଡେ” ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଗାୟତ୍ରୀ ମିଡ଼ିଆ ପ୍ରମୁଖ ଶ୍ରୀ ବିଜୟ କୁମାର କର, ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ। ଶେଷରେ ସମସ୍ତେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ସମାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post