ମେଲଛାମୁଣ୍ଡା ଉଚ୍ଚବିଦ୍ୟାଳୟରେ ବନ୍ଧୁମିଳନ

0

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୫ ମ୍ୟାଟ୍ରିକ ବ୍ୟାଚର ପୂରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରବିବାର ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ମାନେ ଏକତ୍ରୀତ ହୋଇ ଭାବର ଆଦାନ ପ୍ରଦାନ ହେବା ସହ ନିଜ ପ୍ରିୟ ବିଦ୍ୟାଳୟରେ ଛାଡି ଯାଇଥିବା ସ୍ମୃତି ସବୁ ସାଉଁଟିବାକୁ ପ୍ରୟାସ କରିଥିଲେ । ୧୯୯୫ ମସିହାରେ ପାଠ ପଢିଥିବା ସ୍କୁଲ ପରିବେଶ ଏବଂ ଆଜିର ସ୍ମାର୍ଟ ସ୍କୁଲର ଚାକଚକ୍ୟ ପରିବେଶ ମଧ୍ୟରେ ଆକାଶ ପାତାଳ ଫରକ ପଡିଯାଇଛି । ମାତ୍ର ଅତୀତର ସେହି ବିଦ୍ୟାଳୟ ପରିବେଷକୁ ପୁରାତନ ଛାତ୍ର ଛାତ୍ରୀ ମନେପକାଇ ଆତ୍ମବିଭୋର ହୋଇପଡିଥିଲେ । କାର୍ଯ୍ୟକ୍ରମ ସବୁକୁ ସୁନିଲ ଖମାରୀ, ଅମୃତଲାଲ ବେହେରା, ବାଂଛାନିଧି ସେଠ, ମଣିକର ବାଗ, ସୁଶାନ୍ତ ପାତ୍ର, ହରେକୃଷ୍ଣ ପଣ୍ଡା, ଜୟନ୍ତ ଶତପଥି, ନବକୃଷ୍ଣ ଦେବତା, ପ୍ରଶାନ୍ତ ପଧାନ, ବିଜୟାନନ୍ଦ ପଧାନ, ସୁଶାନ୍ତ ବିଶି, ବଲବନ୍ତ ବାରିକ, ଆନନ୍ଦ ବନଛୋର, ସତ୍ୟବ୍ରତ ପଣ୍ଡା, ମନୋଜ ଭୋଇ, ସରୋଜ କଅଁର, ଉମେଶ ବଢେଇ ଓ ମନୋଜ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.