‘ସ୍ପର୍ଶ’ହସ୍ପିଟାଲ ପରିଦର୍ଶନ କଲେ ଜିଲ୍ଲାପାଳ

0

ବି.ଏସ୍.କେ.ୱାଇ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ଉପଲବ୍ଧ ଚିକିତ୍ସା ସୁବିଧାର ଅନୁଧ୍ୟାନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଗତକାଲି ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ‘ସ୍ପର୍ଶ’ ହସ୍ପିଟାଲ ପରିଦର୍ଶନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ଚିକିତ୍ସିତ ହେଉଥିବା ହିତାଧିକାରୀଙ୍କୁ ସାକ୍ଷାତ କରି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଏହି ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରିତା ଓ ଉପଲବ୍ଧ ଚିକିତ୍ସା ସୁବିଧା ସଂପର୍କରେ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ସେମାନଙ୍କର ଚିକିତ୍ସାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ବିନା ଦେୟରେ ଏହି ଯୋଜନାରେ ଚିକିତ୍ସା ସୁବିଧା ପାଇପାରିଥିବାରୁ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଠାରେ ସେମାନଙ୍କର ଖୁସିବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.