କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାଜ୍ୟ ସରକାର ସମସ୍ତ ରେସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପାଇଁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।ଏହାକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ମଧ୍ୟ ରେସନ କାର୍ଡଧାରୀ ଙ୍କୁ କୋଭିଡ ସହାୟତା ପଞ୍ଚାୟତ ଜରିଆରେ ବଣ୍ଟନ କରାଯାଉଛି । ଉକ୍ତ ବ୍ଲକର ଜଗନ୍ନାଥ ପୁର ଠାରେ ଥିବା ସୁନାଖଣ୍ଡି ପଞ୍ଚାୟତର ରେସନ କାର୍ଡ ଧାରୀଙ୍କୁ ଏକ ହଜାର ଟଙ୍କା ଦେଉଥିବା ବେଳେ ଜଣେ ବୃଦ୍ଧ ବାରିକ କଟିଆ (୮୦) ତଳେ ପଡି ଗୁରୁତର ହୋଇଥିଲା । ସେଠାରେ ଥିବା ଦୁଇ ଯୁବକ ଭରତ ବାରିଆ ଓ ଋଷି ବୈଶାଳୀ ସଙ୍ଗେ ସଙ୍ଗେ ବୃଦ୍ଧ ଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ନିକଟସ୍ଥ ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ସେଠାରେ କୌଣସି କର୍ମଚାରୀ ନଥିବାରୁ ପୁଣି କଲ୍ୟାଣସିଂ ହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।ଏଠାରେ ଚିକିତ୍ସା କରିବା ପରେ ବୃଦ୍ଧକୁ ତାଙ୍କ ଘରେ ଛାଡିଥିଲେ । ଉକ୍ତ ବୃଦ୍ଧ ଟି ସୁନାଖଣ୍ଡି ମାଳିସାହିରୁ ପ୍ରାୟ ୩ କିମି ବାଟ ଚାଲି ଚାଲି ଯାଇ ଟଙ୍କା ପାଇଁ ଖରାରେ ପଞ୍ଚାୟତରେ ଲମ୍ବା ଧାଡିରେ ଠିଆହୋଇ ରହିଥିଲେ ।ଯାହା ଫଳରେ ଏପରି ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି | ସରକାରଙ୍କୁ ଅନୁରୋଧ ଯେଉଁମାନେ ବୟସ୍କ ବା ଅସହାୟ ବ୍ୟକ୍ତି ସେମାନଙ୍କୁ ପଂଚାୟତ ପକ୍ଷରୁ ସେମାନଙ୍କ ଘର ପାଖରେ ସହାୟତା ଦେବା ବ୍ୟବସ୍ଥା କରାଇଲେ ସେମାନେ ଉପକୃତ ହୁଅନ୍ତେ |
Sign in
Sign in
Recover your password.
A password will be e-mailed to you.