ଭୁବନେଶ୍ୱର, (ଶାସକ ପ୍ରଶାସକ): ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ଗୋଡ଼ିବାରୀଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନର ଲୋକାର୍ପଣ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବା
ପ୍ରକାଶଯୋଗ୍ୟ ଯେ ସମୁଦାୟ ୬୧ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ପ୍ରତ୍ୟେକ ୧୩ ସିଟ୍ ବିଶିଷ୍ଟ ଆରାମଦାୟକ ଏହି ଯାନଗୁଡ଼ିକରେ ଦର୍ଶକମାନେ ସୁବିଧାରେ ବସି ସଫାରୀ ଭ୍ରମଣକୁ ଉପଭୋଗ କରିପାରିବୋ ପ୍ରତ୍ୟେକ ସଫାରୀ ଯାନ ପାଇଁ ପର୍ଯ୍ୟଟକ ଗାଇଡ୍ର ବ୍ୟବସ୍ଥା ମଧ୍ୟ କରାଯାଇଛିା ୪ଟି ଜଙ୍ଗଲ ସଫାରୀ ଯାନ ମଧ୍ୟରୁ ୨ଟି ଗୋଡ଼ିବାରୀଠାରେ ଏବଂ ୨ଟି ଭରତପୁର ସଂରକ୍ଷିତ ଜଙ୍ଗଲଠାରେ ଦର୍ଶକମାନଙ୍କ ପରିଭ୍ରମଣ ପାଇଁ ନିୟୋଜିତ ରହିବା ଏସବୁ ଯାନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ ଡ୍ରାଇଭର ଏବଂ ପର୍ଯ୍ୟଟକ ଗାଇଡ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇ ସେମାନଙ୍କର ଜୀବନଜୀବିକାକୁ ସୁରକ୍ଷିତ କରାଯାଇପାରିଛିା
ସୂଚନାଯୋଗ୍ୟ ଯେ ପୂର୍ବରୁ ୮ ସିଟ୍ବିଶିଷ୍ଟ ୫ଟି ଏବଂ ୧୨ ସିଟ୍ବିଶିଷ୍ଟ ୪ଟି ଜଙ୍ଗଲ ସଫାରୀ ଯାନ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଉପଲବ୍ଧ ରହିଛିା ଗୋଡ଼ିବାରୀଠାରେ ୨୦୧୮ ମସିହାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରକୃତି ଶିବିର କାର୍ଯ୍ୟକ୍ଷମ ଅଛିା ଏହି ଶିବିରରେ ୮ଟି ସୁଟ୍ରେ ୧୬ ଜଣ ପର୍ଯ୍ୟଟକଙ୍କର ରାତି୍ର ରହଣୀର ବ୍ୟବସ୍ଥା ରହିଛିା ୪୦ ଜଣ ପର୍ଯ୍ୟଟକଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛିା ଦର୍ଶକମାନଙ୍କ ପାଇଁ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ସଂପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ପରିବେଶ-ପ୍ରେକ୍ଷାଳୟର ସୁବିଧା ରହିଛିା ବନ୍ୟଜନ୍ତୁ ନିରୀକ୍ଷଣ କେନ୍ଦ୍ର ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ନେଚର ଟ୍ରେଲ୍ ଏବଂ ସାଇକେଲ୍ ଟ୍ରାକର ବ୍ୟବସ୍ଥା କରାଯାଇଛିା ପର୍ଯ୍ୟଟକମାନେ ecotourodisha.com ରେ ଲଗ୍ଇନ୍ କରି ଗୋଡ଼ିବାରୀ ପ୍ରକୃତି ଶିବିର ପରିଦର୍ଶନ ନିମନ୍ତେ ଆଗୁଆ ସଂରକ୍ଷଣ କରିପାରିବୋ
ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଶଶିପଲ୍, ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ ଭି. ନାୟାର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ ମହାପାତ୍ର, ବନ ସଂରକ୍ଷକ ଶ୍ରୀ ସତ୍ୟନାରାୟଣ ବେହୁରା, ବନ ସଂରକ୍ଷକ ଶ୍ରୀ ବିକାଶ ଦାସ, ବନତତ୍ତ୍ୱବିତ୍ ଶ୍ରୀ କପିଳ ଦାସ, ଚନ୍ଦକା ବନଖଣ୍ଡ ଅଧିକାରୀ ମହମ୍ମଦ ଜମିଲଙ୍କ ସମେତ ଜଙ୍ଗଲ ବିଭାଗର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.