ରେଙ୍ଗାଲି ରୁ ସନ୍ଦୀପ ଶର୍ମାଙ୍କ ରିପୋର୍ଟ : ସମ୍ବଲପୁର ଜିଲ୍ଲାରେ ବନ୍ଧୁକ ଚୋରା ଚାଲାଣ ଅଭିଯୋଗରେ ଜ଼ିଲ୍ଲାର ରେଙ୍ଗାଲି ପୋଲିସ ଦ୍ୱାରା ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନେପାଳ ବେହେରା,ରାଜୁ ଥାପା,ଅନୀଲ ନାଏକ, ପ୍ରଦୀପ ଭୋଇ I ଏମାନଙ୍କ ଠାରୁ ଗୋଟିଏ ୯ଏମଏମ ପିସ୍ତଲ ଓ ଗୋଟିଏ ମାରୁତି ୮୦୦ କାର ଜବତ କରିଛି ରେଙ୍ଗାଲି ପୋଲିସ I ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ, ଗତ ୨୭ ତାରିଖ ରାତ୍ରୀ ୧୧ ଟା ସମୟରେ ରେଙ୍ଗାଲି ପୋଲିସ ଟିମ ରମ୍ପେଲା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଶିଷ୍ଟ ସୂତ୍ରରୁ ପୋଲିସ ଏହି ବନ୍ଧୁକ ଚୋରା ଚାଲାଣ ନେଇ ଖବର ପାଇ ଥିଲା। ସମ୍ବଲପୁର ପଟୁ ଝାରସୁଗୁଡା ଆଡ଼କୁ ଏକ ମାରୁତି କାର ଜରିଆରେ କିଛି ଲୋକ ବନ୍ଧୁକ ବିକ୍ରି ଉଦ୍ଦେଶ୍ୟ ରେ ଝାରସୁଗୁଡା ଆଡ଼କୁ ଆସୁଥିବା ଖବର ପୋଲିସ ପାଖରେ ସୂଚନା ଥିଲା। ଏହି ସୂଚନା ଆଧାରରେ ପୋଲିସ କାରକୁ ଅଟାକାଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଅଞ୍ଚଳ ର ବାଦଲ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଚୋରା ବନ୍ଧୁକ ଆଣି ଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି। ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ପୋଲିସ ସୂଚନା ଦେଇଛି
Sign in
Sign in
Recover your password.
A password will be e-mailed to you.