ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆଜି

0

 

ବାରିପଦା(Dillip mohanty )- ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଆଦିବାସୀ ଶିକ୍ଷା ପରିଷଦ ଗଠନ ଦାବିରେ ଆଦିବାସୀ ସଙ୍ଗଠନ ମାରିସା ପକ୍ଷରୁ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି । ଉକ୍ତ ବନ୍ଦ ଉପରେ ଜନସାଧାରଣଙ୍କୁ ସଚେତନ କରାଇଦେବା ଉଦେ୍ଧଶ୍ୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ଏକ ରାଲି  ମୁର୍ଗାବାଡ଼ିରୁ ବାହାରି ସହର ପରିକ୍ରମା କରିବା ପରେ ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଁଞ୍ଚିଥିଲା । ମାରିସାର ଜିଲ୍ଲା ସଭାପତି ଅର୍ଜୁନ ମୁର୍ମୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧରମରାଜ ହାଁସଦାଃ, ସମ୍ପାଦକ ସମୀର ଟୁଡ଼ୁଙ୍କ ନେତୃତ୍ୱରେ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ବନ୍ଦକୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଆଦିବାସୀ ଛାତ୍ରଛାତ୍ରୀ ସାମିଲ ହେବେ ବୋଲି ସୂଚନା ମିଳିଛି । 

Leave A Reply

Your email address will not be published.